ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଆଉ ନାହାଁନ୍ତି । ୮୮ ବର୍ଷ ବୟସରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ନିଜର ସୁମଧୁର କଣ୍ଠର ଯାଦୁରେ ସେ ଶ୍ରୋତାଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ । ଓଡ଼ିଆ ଆଧୁନିକ, ଭକ୍ତିମୂଳକ ଓ ଚଳଚ୍ଚିତ୍ର ସଙ୍ଗୀତରେ ତାଙ୍କ ଅବଦାନ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ଓଡ଼ିଆ ଚଳଚିତ୍ରରେ ସେ ପ୍ରାୟ ୨୦୦ରୁ ଅଧିକ ଗୀତରେ କଣ୍ଠଦାନ କରିଛନ୍ତି । କେବଳ ଚଳଚ୍ଚିତ୍ର ଗୀତ ନୁହେଁ, ବରଂ ଓଡ଼ିଶୀ, ଭଜନ, ସେମି-କ୍ଲାସିକାଲ୍, ଆଧୁନିକ, ପଲ୍ଲୀଗୀତ ଏବଂ ଗଜଲ୍ ଗାଇ ଲକ୍ଷ ଲକ୍ଷ ଶ୍ରୋତାଙ୍କ ହୃଦୟ ଜିତିଥିଲେ । ଓଡ଼ିଆ ସଙ୍ଗୀତ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଯୋଗଦାନ ପାଇଁ ତାଙ୍କୁ ରାଜ୍ୟର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ‘ଜୟଦେବ ପୁରସ୍କାର’ ୨୦୧୬ ରେ ସମ୍ମାନିତ କରାଯାଇଥିଲା ।

1938 ଜାନୁଆରୀ 20 ତାରିଖରେ ଜନ୍ମଗ୍ରହଣ କରିଥିବା ପ୍ରଣବଙ୍କ ସଙ୍ଗୀତ ପ୍ରତି ରୁଚି ପିଲାଦିନୁ ରହିଥିଲା । 1985ରେ ସେ ପ୍ରଥମଥର ପାଇଁ ଓଡିଆ ସିନେମାରେ ଗୀତ ଗାଇଥିଲେ । ଓଡିଆ ସିନେମା ‘ମା’ ରେ ସଙ୍ଗୀତ ନିର୍ଦ୍ଦେଶକ ଭୁବନେଶ୍ବର ମିଶ୍ରଙ୍କ ନିର୍ଦ୍ଦେଶନାରେ ପ୍ରଥମ ସିନେମା ଗୀତ ଗାଇବା ପରେ ସେ ଦୁଇଶହରୁ ଓଡିଆ ସିନେମାରେ ଗୀତ ଗାଇଥିଲେ । ତାଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here