ଲଘୁଚାପ ବର୍ଷା ପ୍ରଭାବରୁ ନୂଆପଡା ଅଞ୍ଚଳର ଲୋକ ମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ଆଜିକୁ ପ୍ରାୟ ୩ ଦିନ ଧରି ଲଘୁଚାପ ବର୍ଷାରେ ବେହାଲ ହୋଇ ପଡିଛି ନୂଆପଡା ଜିଲ୍ଲା । ସିନାପାଲି ବ୍ଲକ ଘାଟମାଲ ପଞ୍ଚାୟତର ଧାଙ୍ଗରିଟାଲ ଗାଁରେ ଅତ୍ୟନ୍ତ କଷ୍ଟ ଦାୟକ ପରିସ୍ଥିତି ସୃଷ୍ଟି ହୋଇଛି । ଗାଁକୁ ଲାଗି ରହିଛି ବିଶାଳ ପହାଡ ଜଙ୍ଗଲ । ଅଳ୍ପ ବର୍ଷାରେ ଜଙ୍ଗଲ ପାଣି ଗାଁ ମୁହାଁ ହେବାରୁ ଗାଁରେ ସୃଷ୍ଟି ହୋଇଛି ବନ୍ୟା । ଅପହଞ୍ଚ ଅଞ୍ଚଳ ହୋଇଥିବାରୁ ପ୍ରଶାସନ ଏହାପ୍ରତି କୌଣସି ପଦକ୍ଷେପ ନେଉନାହାଁନ୍ତି । ତେବେ ବହୁବର୍ଷ ପରେ ଡ୍ରେନ ପାଇଁ ଗାଁ ଲୋକ ଦାବି କରିଥିଲେ ମଧ୍ୟ ପ୍ରଶାସନ ନୀରବ ରହିଛି ।