ରାୟଗଡା ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ବିଶ୍ୱ ପରିବେଶ ଦିବସ ମହାଆଡମ୍ବରେ ପାଳିତ ହୋଇଛି । ଆଜି ସକାଳୁ ସଂଘର ଉପଦେଷ୍ଟା ନୃସିଂହନାଥ ପାଢୀଙ୍କ ନେତୃତ୍ୱରେ ଶତାଧିକ ନାଗରିକ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ପରିବେଶର ସୁରକ୍ଷା ସମ୍ପର୍କରେ ଲୋକ ମାନଙ୍କୁ ସଚେତନ କରାଇଥିଲେ । ବୃକ୍ଷ ହିଁ ଜୀବନ ନାରା ଦେଇ ବରିଷ୍ଠ ନାଗରିକ ମାନେ ସହରର ଗଜପତି ଛକ ଠାରେ ପହଁଞ୍ଚିଥିଲେ । ପରେ ଗଜପତି ଛକରେ ପରିବେଶ ସୁରକ୍ଷା ସମ୍ପର୍କରେ ଏକ ଆଲୋଚନଚକ୍ର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ବିନୋଦଚନ୍ଦ୍ର ପାଣ୍ଡା ଓ ସଂପାଦକ ଭାସ୍କର ରାଓଙ୍କ ସମେତ ଅନେକ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here