ରାଜ୍ୟରେ ଯେଉଁ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀମାନେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ପରିମାଣର ମଦ ବିକ୍ରି କରୁଛନ୍ତି ସେମାନଙ୍କୁ ପୁରସ୍କୃତ କରାଯିବ ଏବଂ ରାଜସ୍ୱ ବୃଦ୍ଧି ପାଇଁ ଆହୁରି ଅଧିକ ସଂଖ୍ୟକ ବିଦେଶୀ ମଦ ଦୋକାନ ଖୋଲାଯିବ । ଏନେଇ ବିଧାନସଭାର ଅବକାରୀ ଗୃହ କମିଟି ଏକ ସୁପାରିସ କରିଛନ୍ତି । ବିଧାନସଭାରେ ଉପସ୍ଥାପିତ ଅବକାରୀ ବିଭାଗର ଷ୍ଟାଣ୍ଡି କମିଟ ରିପୋର୍ଟରେ ଏହି ତଥ୍ୟ ଉଲ୍ଲେଖ କରାଯାଇଛି । ଏହି ଅବକାରୀ ଗୃହ କମିଟି ୧୨ଟି ସୁପାରିସ୍ କରିଛି । ଅବକାରୀ କମିଟି ରାଜସ୍ୱ ଆଦାୟ କ୍ଷେତ୍ରରେ ପ୍ରତିବର୍ଷ ସଫଳତା ହାସଲ କରିଚାଲିଛି ।୨୦୦୯-୧୦ ରେ ଓଡିଶାରେ ଅବକାରୀ କ୍ଷେତ୍ରରୁ ୮୪୯ କୋଟି ରାଜସ୍ୱ ଆଦାୟ ହୋଇ ଥିଲା । କିନ୍ତୁ ୨୦୧୮-୧୯ ରେ ଏହା ବୃଦ୍ଧି ପାଇ ୩,୯୨୫ କୋଟିରେ ପହଞ୍ଚିଛି । ୨୦୧୯-୨୦ ବର୍ଷରେ ଏହି ଅବକାରୀ ରାଜସ୍ୱ ପରିମାଣ ୪,୬୦୦ କୋଟିରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ବିଧାନସଭାର ଅବକାରୀ ଗୃହ କମିଟି ବିଜେଡି ବିଧାୟକ ସୁବ୍ରତ ତରାଇଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ଏହି କମିଟିରେ ସୁରେଶ ରାଉତରାୟ , ଚନ୍ଦ୍ରସାରଥୀ ବେହେରା ,ସ୍ନେହାଙ୍ଗିନୀ ଛୁରିଆ .ରଘୁରାମ ପଡାଲ ,ପର୍ଶୁରାମ ଧଡା , ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର , ଜଗନ୍ନାଥ ନାୟକ ,ଗଣେଶ ରାମସିଂ ଖୁଣ୍ଟିଆ,ସମ୍ବିତ ରାଉତରାୟ, ପ୍ରଭୁ ଜାନି ଓ ମୌଷଧି ବାଗ ଭଳି ବିଭିନ୍ନ ଦଳର ବିଧାୟକ ମାନେ ସଦସ୍ୟ ଅଛନ୍ତି । ଅବକାରୀ ବିଭାଗ କାଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କର୍ମଚାରୀ ସଂଖ୍ୟା ବଢାଇବା ସହ ଅବକାରୀ ପୋଲିସକୁ ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇବା ଏବଂ ଅଧିକାରୀଙ୍କ ପାଇଁ ଅଧିକ ଯାନବାହାନ ଯୋଗାଇବାକୁ କମିଟି ସୁପାରିସ୍ କରିଛନ୍ତି ।

LEAVE A REPLY

Please enter your comment!
Please enter your name here