ଝାରସୁଗୁଡା ଉପନିର୍ବାଚନରୁ ଦଳର ପଶ୍ଚିମ ଓଡିଶାର ପ୍ରଭାବଶାଳୀ ନେତା ସୁଶାନ୍ତ ସିଂଙ୍କୁ ବିଜେଡି ଦୂରେଇ ରଖିଛି । ଝାସୁଗୁଡା ମାଡିବାକୁ ସୁଶାନ୍ତଙ୍କୁ ମନା କରାଯାଇଛି । ଯଦିଓ ଝାରସୁଗୁଡା ବିଧାନସଭା ନିର୍ବାଚନମଣ୍ଡଳୀ ବରଗଡ ଲୋକସଭା ନିର୍ବାଚନମଣ୍ଡଳି ଭିତରେ ଆସୁଛି, ତଥାପି ଭଟଲି ବିଧାୟକଙ୍କୁ ଝାରସୁଗୁଡା ଯିବାକୁ ବାରଣ କରାଯାଇଛି । ସୁଶାନ୍ତଙ୍କୁ ଦଳ ଝାରସୁଗୁଡା ଉପନିର୍ବାଚନରକୁ ଦୂରେଇ ରଖିବା ପଛରେ ଯେଉଁ କେତୋଟି ପ୍ରମୁଖ କାରଣ ରହିଛି, ତାହା ହେଉଛି –
– ଝାରସୁଗୁଡାର ଦିବଙ୍ଗତ ନେତା ନବ କିଶୋର ଦାସଙ୍କ ହତ୍ୟାକାଣ୍ଡ ସହ ସୁଶାନ୍ତଙ୍କ ପରୋକ୍ଷ ହାତ ରହିଥିବା ବିରୋଧୀ ଅଭିଯୋଗ କରିଆସୁଛନ୍ତି । ବିରୋଧୀଙ୍କ ଅଭିଯୋଗକୁ ବିଜେଡି ଏଡାଇ ଆସୁଥିଲେ ହେଁ କୋଉଠି ନା କୋଉଠି ଏଭଳି ଆରୋପକୁ ନେଇ ଦଳ ଭିତରେ ଦ୍ବନ୍ଦ୍ବ ରହିଛି ।
– ହତ୍ୟାକାଣ୍ଡର ଶୀକାର ହୋଇଥିବା ନବ ଦାସ ଜୀବିତ ଥିବା ବେଳେ ସୁଶାନ୍ତଙ୍କ ସହ ତାଙ୍କର ଭଲ ସଂପର୍କ ନ ଥିଲା । ଟ୍ରାନ୍ସପୋର୍ଟ ବ୍ୟବସାୟକୁ ନେଇ ଦୁଇ ନେତାଙ୍କ ଭିତରେ ଦ୍ବନ୍ଦ୍ବ ରହିଥିବା କୁହାଯାଉଛି ।
– ନବ ଦାସଙ୍କୁ କେଉଁ କାରଣ ପାଇଁ ହତ୍ୟା କରାଗଲା, ତାହା ଏ ଯାଏଁ ସ୍ପଷ୍ଟ ହୋଇ ନ ଥିବା ବେଳେ ନବଙ୍କ ସମର୍ଥକ ଏବେ ବି ସୁଶାନ୍ତ ସିଂଙ୍କୁ ବିରୋଧ କରି ଆସୁଛନ୍ତି ।
– ଦଳ ଭିତରେ ବିଶେଷ କରି ପଶ୍ଚିମ ଓଡିଶା ସଂଗଠନରେ ସୁଶାନ୍ତଙ୍କୁ ନେଇ ନେତାଙ୍କ ଭିତରେ ମତଭେଦ ରହିଛି । ତେଣୁ ପ୍ରଥମରୁ ସୁଶାନ୍ତ ସିଂଙ୍କୁ ଉପନିର୍ବାଚନରୁ ଦୂରେଇ ରଖିବାକୁ ଦଳ ଉଚିତ ମନେ କରିଛି । ଅପରପକ୍ଷରେ ସୁଶାନ୍ତଙ୍କୁ ଉପନିର୍ବାଚନରୁ ଦଳ ଦୂରେଇ ରଖି ବିରୋଧୀଙ୍କ ଅଭିଯୋଗକୁ ବିଜେଡି ଅଫିସିଆଲ ସ୍ବିକୃତି ଦେଇଛି ବୋଲି ବିଜେପି କହିଛି ।

LEAVE A REPLY

Please enter your comment!
Please enter your name here