ଓଡିଆ ଡିଜିଟାଲ ନ୍ୟୁଜ୍ ଚ୍ୟାନେଲ ତକ୍ଷକ ଟିଭି ଓ ସଂଭାବନାର ମିଳିତ ଆନୁକୁଲ୍ୟରେ ଜଗନ୍ନାଥେ ହୋ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ଗୀତଗୋବିନ୍ଦ ସଦନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କନିଷ୍ଠ ଓ ବରିଷ୍ଠ ବିଭାଗର ପିଲାମାନଙ୍କୁ ନେଇ ଜଗନ୍ନାଥ ଭଜନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା । ପ୍ରତିଯୋଗୀମାନେ ସ୍ୱରରେ ଏବଂ ଚିତ୍ରରେ ଜଗନ୍ନାଥଙ୍କୁ ଉପସ୍ଥାପନ କରିଥିଲେ । କଣ୍ଠଶୀଳ୍ପି ହରପ୍ରିୟା ସ୍ୱାଇଁ , ମହାପ୍ରସାଦ କର ଓ  ଶ୍ରୀଚରଣ ମହାନ୍ତି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ବିଚାରକ ଆସନରେ ବସିଥିଲେ । ଆରମ୍ଭରୁ ସମ୍ଭାବନାର ସମ୍ପାଦକ ଦେବ ପ୍ରସାଦ ପରିଜା ଓ ତକ୍ଷକ ଟିଭିର ନିର୍ଦ୍ଦେଶକ ଅପୂର୍ବ କୁମାର ମହାନ୍ତି କାର୍ଯ୍ୟକ୍ରମ ସମ୍ପର୍କରେ ସୁଚନା ଦେଇଥିଲେ । ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ । ଚିତ୍ରାଙ୍କନ ପ୍ରତିଯୋଗିତାରେ ଜୁନିୟର ଗ୍ରୁପରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଦିବ୍ୟଜୀବନ ମହାନ୍ତି । ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ଦିପ୍ତିରାଣୀ ପତି ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ ଅମିତାଭ ମହାନ୍ତି । ସେହିପରି ଚିତ୍ରାଙ୍କନ ସିନିୟର ଗ୍ରୁପରେ ଆଇସା ପଣ୍ଡା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ସମ୍ବିତ କୁମାର ଦାସ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ ଅର୍ପିତା ଦାସ । ଭଜନ ପ୍ରତିଯୋଗୀମାନଙ୍କ ଭିତରେ ସିନିୟର ଗ୍ରୁପରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଅର୍ଣ୍ଣବ ପଣ୍ଡା, ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି ସ୍ୱୟଂଶ୍ରୀ ପୃଷ୍ଟି ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ମନ ବାରିକ । ସେହିପରି ଜୁନିୟର ଗ୍ରୁପରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଆକାଂକ୍ଷା ସାହୁ, ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ନନ୍ଦିନୀ ତମନ୍ନା ମିଶ୍ର ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଜେ. ମନିଷ କୁମାର ପ୍ରଧାନ । ଭଜନ ପ୍ରତିଯୋଗିତାରେ କୁନି ପ୍ରତିଯୋଗୀଙ୍କ  କଣ୍ଠରେ ଶ୍ରୀଜଗନ୍ନାଥ ଭଜନ ଦର୍ଶକ ଓ  ବିଚାରକମଣ୍ଡଳୀଙ୍କ ମନକୁ ବେଶ୍ ଛୁଇଁଥିଲା.  କୁନି ପ୍ରତିଯୋଗି ଅନ୍ୱେଷା ବେଉରା ଏବଂ ଶାଶ୍ୱତୀ ନାରାୟଣୀ ଆଚାର୍ଯ୍ୟଙ୍କୁ ସ୍ବତନ୍ତ୍ର ଜୁରୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here