ରାତିପାହିଲେ ହୋଇଥାନ୍ତା ଛାତ୍ର ସଂସଦ ନିର୍ବାଚନ । ଏଥିପାଇଁ ସମସ୍ତ କଲେଜରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଞ୍ଚିଥିଲା । ଏମିତି ବେଳାରେ ତିତଲି ଆସିଲା ଯେ ପିଲାଙ୍କ ନିର୍ବାଚନ ନିଶା ଉତାରିଦେଲା । ପିଲାଙ୍କ ଉତ୍ସାହକୁ ପୁରାପୁରି ଫିକା କରିଦେଲା । ଆଜି ଥିଲା ହ୍ୱାଏ ଆଇ ଷ୍ଟାଣ୍ଡ ଫର ମିଟିଂ । ମାତ୍ର ତିତଲି ପାଇଁ ୫ଟି ଜିଲ୍ଲାରେ ଯଥା, ଗଞ୍ଜାମ , ଗଜପତି, ପୁରୀ ଜଗତସିଂହପୁର ଓ କେନ୍ଦ୍ରାପଡାରେ ସମସ୍ତ କଲେଜରେ ସରକାର ଛୁଟି ଘୋଷଣା କରିଛନ୍ତି ।
ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ପ୍ରସ୍ତୁତି ଓ ମୁକାବିଲା ନେଇ ସମୀକ୍ଷା କରିଛନ୍ତି । ଏହି ପ୍ରାକୃତିକ ବିପତ୍ତିରେ ଯେପରି କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ନହୁଏ ସେଥିପ୍ରତି ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ଲୋକମାନଙ୍କୁ ରନ୍ଧା ଖାଦ୍ୟ, ପାନୀୟ ଜଳ ଓ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ତତ୍ପରତା ଦେଖାଯାଇଛି । ତିତଲିର ପ୍ରକୋପକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଗୁରୁବାର ଓ ଶୁକ୍ରବାର ଦୁଇଦିନ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର ।
ବିଶେଷକରି ଜିରୋ କାଜୁଆଲଟି ନିରାକରଣ ନେଇ ସମସ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।

LEAVE A REPLY

Please enter your comment!
Please enter your name here