ଶେଷ ହୋଇଛି ଦ୍ୱାଦଶ କ୍ରିକେଟ ମହାକୁମ୍ଭ । ସବୁ ପ୍ରତିକ୍ଷାର ଅନ୍ତ ଘଟାଇ କ୍ରିକେଟର ଉଦ୍ଭାବକ ଦେଶ ଇଂଲଣ୍ଡ ଚାମ୍ପିୟନ ହୋଇଛି । ଲଣ୍ଡନର ଐତିହାସିକ ଲଡର୍ସ ଷ୍ଟାଡିୟମରେ ଖେଳାଯାଇଥିବା ୨୦୧୯ ବିଶ୍ୱକପ୍ ର ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ପ୍ରଥମ ଥର ବିଶ୍ୱବିଜେତା ହୋଇଥିଲା ଇଂଲଣ୍ଡ । ରୋମାଞ୍ଚପୂର୍ଣ୍ଣ ଥିଲା ବିଶ୍ୱକପ୍ ର ଫାଇନାଲ ମୁକାବିଲା ପ୍ରଥମେ ମ୍ୟାଚ ଟାଇ ହେବା ଫଳରେ ବିଜେତା ନିର୍ଣ୍ଣୟ କରିବା ପାଇଁ ସୁପର ଓଭରର ସହାୟତା ନିଆଯାଇଥିଲା । ସୁପର ଓଭରବି ଟାଇ ରେ ଶେଷ ହେବାରୁ ଆଇସିସି ନିୟମ ଅନୁଯାଇ ମ୍ୟାଚରେ ସର୍ବାଧିକ ଚୌକା ମାରିଥିବା ଦଳକୁ ବିଜେତା ଘୋଷଣା କରାଯାଇ ଥିଲା । ଦିର୍ଘ ୨୩ ବର୍ଷ ପରେ ଏକ ନୂଆ ଦଳକୁ ବିଶ୍ୱକପ୍ ଜିତିବାର ଦେଖିଲେ କ୍ରିକେଟ ପ୍ରେମୀ । ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍ ଜିତ ନିର୍ଦ୍ଧାରିତ ୫୦ ଓଭରରେ ୮ୱିକେଟ ହରାଇ ୨୪୧ ରନ୍ କରିଥିଲା । ସେହିପରି ଆୟୋଜକ ଇଂଲଣ୍ଡ ମଧ୍ୟ ୫୦ ଓଭରରେ ସମସ୍ତ ୱିକେଟ ହରାଇ ୨୪୧ ରନ୍ କରିଥିଲା । ବିଶ୍ୱକପ୍ ଇତିହାସରେ ପ୍ରଥମ ଥର ବିଜେତା ନିର୍ଦ୍ଧାରଣ କରିବା ପାଇଁ ସୁପର ଓଭରର ସହାୟତା ନିଆଯାଇଥିଲା । ବିଶ୍ୱକପ୍ ଫାଇନାଲରେ ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକ୍ସ ଅପରାଜିତ ୮୪ ରନ୍ କରିଥିଲେ ଏଣୁ ତାଙ୍କୁ ଫାଇନାଲର ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ୱିଲିୟମସନଙ୍କୁ ୨୦୧୯ ବିଶ୍ୱକପର ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ କରାଯାଇଥିଲା । ୱିଲିୟମସନ ୧୦ ଟି ମ୍ୟାଚରୁ ୫୭୮ ରନ ସଂଗ୍ରହ କରିଥିଲେ । ଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମାଙ୍କୁ ସୁନାର ବ୍ୟାଟ (ଗୋଲ୍ଡେନ ବ୍ୟାଟ) ମିଳିଛି । କାରଣ ରୋହିତ ଚଳିତ ବିଶ୍ୱକପ୍ ରେ ସର୍ବାଧିକ ରନ ସଂଗ୍ରହ କରିଛନ୍ତି । ୧୦ ଟି ମ୍ୟାଚ୍ ରୁ ରୋହିତ ୫ ଟି ଶତକ ,ଗୋଟିଏ ଅର୍ଦ୍ଧଶତକ ବଳରେ ୬୪୮ ରନ କରିଛନ୍ତି । ଅଷ୍ଟ୍ରେଲିଆ ବାମହାତୀ ଦ୍ରୁତ ବୋଲର ମିଚେଲ ଷ୍ଟ୍ରାର୍କଙ୍କୁ ସୁନାର ବଲ (ଗୋଲ୍ଡେନ ବଲ) ମିଳିଛି । ଷ୍ଟ୍ରାର୍କ ୧୦ଟି ମ୍ୟାଚରୁ ୨୭ ଟି ୱିକେଟ ହାସଲ କରି ବିଶ୍ୱକପରେ ଗୋଲ୍ଡେନ ବଲ ଆୱାର୍ଡ ପାଇଛନ୍ତି ।

LEAVE A REPLY

Please enter your comment!
Please enter your name here