ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ବିଜୟରୁ ଦିନିକିଆ ଅଭିଯାନ ଆରମ୍ଭ କରିଛି ଭାରତ । ପ୍ରଥମ ଦିନିକିଆରେ ଭ୍ରମଣକାରୀ ଦଳକୁ ୮ଓ୍ୱିକେଟରେ ହରାଇଛି ଟିମ୍ ଇଣ୍ଡିଆ । ବିସ୍ଫୋରକ ଶତକୀୟ ଇନିଂସ ଖେଳିଲେ ରୋହିତ ଶର୍ମା ଓ ବିରାଟ କୋହଲି । ଗୋଟିଏ ମ୍ୟାଚରେ ଅଧିନାୟକ ଓ ଉପ-ଅଧିନାୟକ ସଚିନ ତେନ୍ଦୁଲକରଙ୍କ ଦୁଇ ଦୁଇଟି ରେକର୍ଡକୁ କାଟି ଦେଇଛନ୍ତି ।
ଅଧିକ ଥର ୧୫୦ରନ୍ କରିବାରେ ସଚିନଙ୍କୁ ଟପିଲେ ରୋହିତRohit-Sharma
ଓ୍ୱେଷ୍ଟିଣ୍ଡିଜ ବିପକ୍ଷରେ ରୋହିତ ଶର୍ମା ୧୧୭ ବଲରୁ ବିସ୍ଫୋରକ ଅପରାଜିତ ୧୫୨ ରନ୍ କରିଥିଲେ । ୬ ଥର ସେ ଦେଢ଼ ଶହରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ଏହି ମାମଲାରେ ସଚିନଙ୍କୁ ପଛରେ ଛାଡ଼ି ଦେଇଛନ୍ତି ରୋହିତ । ପୂର୍ବରୁ ସଚିନ ଓ ଡେଭିଡେ ଓ୍ୱାର୍ଣ୍ଣରଙ୍କ ସହ ସମାନ ୫ଥର ୧୫୦ରୁ ଅଧିକ ରନ୍ ସଂଗ୍ରହ କରିଥିଲେ ରୋହିତ ଶର୍ମା । ସେହିପରି ସର୍ବାଧିକ ଛକା ମାରିବାରେ ସୌରଭ ଗାଙ୍ଗୁଲିଙ୍କଠାରୁ ରେକର୍ଡକୁ ପାର କରିଛନ୍ତି ରୋହିତ । ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ସେ ୮ଟି ଛକା ମାରିଥିଲେ । ଦିନିକିଆରେ ଏପର୍ଯ୍ୟନ୍ତ ରୋହିତ ମାରିଛନ୍ତି ୧୯୦ଟି ଛକା । ଗାଙ୍ଗୁଲିଙ୍କ ବ୍ୟାଟରୁ ବାହାରିଥିଲା ୧୮୯ ଛକା । ରୋହିତଙ୍କ ଉପରେ ଅଛନ୍ତି ସଚିନ ତେନ୍ଦୁଲକର(୧୯୫ଟି ଛକା) । ସବୁଠୁ ଅଧିକ ଛକା (୨୧୦ଟି) ମାରିଛନ୍ତି ମହେନ୍ଦ୍ର ସିଂହ ଧୋନି ।
ଦ୍ରୁତ ୬୦ଶତକ ମାରିବାରେ ସଚିନଙ୍କ ଆଗରେ କୋହଲିVirat-Kohli
ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ଅଧିନାୟକ ଇନିଂସ ଖେଳିଥିଲେ । ୧୦୭ ବଲରେ ୧୪୦ ରନ୍ କରିଥିଲେ ବିରାଟ କୋହଲି । ୮୮ ବଲରେ ସେଞ୍ଚୁରୀ ପୂରା କରିଥିଲେ। ଦିନିକିଆରେ ୩୬ତମ ଶତକ । ଏହା ଭିତରୁ ବିଜୟ ଲକ୍ଷ୍ୟର ପିଛା କରିବା ବେଳେ ୨୨ଟି ଶତକର ଅଧିକାରୀ ହୋଇଛନ୍ତି ବିରାଟ । ଭାରତରେ ୧୫ଟି ଓ ଅଧିନାୟକ ଭାବରେ ୧୪ଟି ଶତକ ହାସଲ କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ବିରାଟ କୋହଲି ୬୦ଟି ସେଞ୍ଚୁରୀ (ଦିନିକିଆରେ ୩୬ଟି, ଟେଷ୍ଟରେ ୨୪ଟି) ମାରିଛନ୍ତି । ଏହି ମାମଲାରେ ସେ ସଚିନଙ୍କ ପଛରେ ପକାଇ ଦେଇଛନ୍ତି । ସମାନେ ୬୦ ଶତକ ୪୨୬ଟି ଇନିଂସରୁ ହାସଲ କରିଥିଲେ ତେନ୍ଦୁଲକର । କିନ୍ତୁ ଭରାତର ରନ୍ ମେସିନ୍ କୋହଲି ତାଙ୍କଠାରୁ ୪୦ଟି ଇନିଂସ ଆଗରୁ ହାତେଇ ନେଇଛନ୍ତି ।
ରୋହିତ-ବିରାଟ ସୁପରହିଟ୍ ଯୋଡ଼ିRohit-Virat
ଗୁଆହାଟୀରେ ଓ୍ୱେଷ୍ଟଇଣ୍ଡିଜ ବୋଲରଙ୍କୁ ନିର୍ଘାତ ପ୍ରହାର କରିଥିଲେ ରୋହିତ ଶର୍ମା ଓ ବିରାଟ କୋହଲି । ପ୍ରଥମର ଆଟାକିଂ ଖେଳିଥିଲେ । କାରଣ ବଡ଼ ସ୍କୋର ଚେଜ୍ କରିବାର ଥିଲା । ଦୁହେଁ ୨୪୬ ରନର ପାର୍ଟନରସିପ୍ ଇନିଂସ ଖେଳିଥିଲେ । ପଞ୍ଚମ ଥର ରୋହିତ ଶର୍ମା-ବରାଟ କୋହଲି ଯୋଡ଼ି ୨ଶହରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ପୂର୍ବରୁ ସଚିନ-ଗାଙ୍ଗୁଲି ୩ଥର ଏମିତି ଭାଗିଦାରୀ ଇନିଂସ ଖେଳିଥିଲେ । ସେହିପରି ଦ୍ୱିତୀୟ ଓ୍ୱିକେଟରେ ଭାରତ ପକ୍ଷରୁ ସବୁଠୁ ବଡ଼ ଭାଗିଦାରୀ ଇନିଂସ ଖେଳିଛନ୍ତି ରୋହିତ-ବିରାଟ । ପୂର୍ବରୁ ୨୦୦୯ରେ ଶ୍ରୀଲଙ୍କ ବିପକ୍ଷରେ ସର୍ବାଧିକ ୨୨୪ ରନ୍ ପାର୍ଟନରସିପ୍ କରିଥିଲେ ଗୌତମ ଗାମ୍ଭୀର-ବିରାଟ କୋହଲି ।

LEAVE A REPLY

Please enter your comment!
Please enter your name here