ପୁଣି ସାମ୍ନାକୁ ଆସିଛି ଦାନ ମାଝି ଭଳି ଘଟଣା । ଏଥର ମଧ୍ୟ ଘଟଣା ଘଟିଛି ସେହି କଳାହାଣ୍ଡି ଥୁଆମୁଳ ରାମପୁର ବ୍ଲକରେ । ଆମ୍ବୁଲାନ୍ସ ନମିଳିବାରୁ ମୃତଦେହକୁ ଭାରକରି ବୋହିଲେ ପରିବାର ଲୋକେ । ଏହି ଘଟଣା ଉପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସିଡିଏମଓ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କଣିଗୁମା ଡାକ୍ତରଖାନାରୁ ମହାପ୍ରୟାଣ ଗାଡ଼ି ଯୋଗାଇ ନଦେବାରୁ ଜଣେ ମହିଳାଙ୍କ ଶବକୁ ତାଙ୍କ ସ୍ୱାମୀ ଓ ପରିବାର ଲୋକେ କାନ୍ଧରେ ବୋହି ଆଣିଥିବା ଚର୍ଚ୍ଚା ହୋଇଥିଲା । ଏହାପରେ ଘଟଣାରେ ସତ୍ୟତା ଜାଣିବାକୁ ସିଡିଏମଓ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି କଳାହାଣ୍ଡି ଜିଲ୍ଲା ରାମପୁର ବ୍ଲକ ଅଂଚଳରେ ନିଗିଡ଼ି ନାମକ ଜଣେ ମହିଳା ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ କଣିଗୁମା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିଲା । ଡାକ୍ତରଖାନା ପକ୍ଷରୁ ମୃତଦେହକୁ ନେବା ପାଇଁ କହିଥିଲେ ମଧ୍ୟ କୈାଣସି ଶବବୁହା ଗାଡ଼ି ବ୍ୟବସ୍ଥା କରାଯାଇନଥିଲା । ଶେଷରେ ନିରୁପାୟ ହୋଇ ମୃତ ମହିଳାଙ୍କ ସ୍ୱାମୀ ସ୍ତ୍ରୀର ମୃତଦେହକୁ କାନ୍ଧରେ ଧରି ୫କିଲୋମିଟର ଭାରରେ ବୋହି ଆଣିଥିଲେ ।