ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତ୍ରୀ ଶୀଲା ଦୀକ୍ଷିତଙ୍କ ଦେହାନ୍ତ । ୮୧ ବର୍ଷ ବୟସରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଶୀଲାଙ୍କ ଦେହାନ୍ତ ହୋଇଛି । ଦିର୍ଘଦିନ ଧରି ଅସୁସ୍ତ ଥିଲେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ । ଶୀଲା ଦୀକ୍ଷିତ ୧୯୯୮ ରୁ ୨୦୧୩ ଯାଏଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦବୀରେ ରହିଥିଲେ । ତାଙ୍କ ସମୟରେ କଂଗ୍ରେସ ଦିଲ୍ଲୀରେ ଲଗାତାର ତିନି ଥର ସରକାର ଗଠନ କରିବାରେ ସଫଳ ହୋଇଥିଲା ଏବଂ ଶୀଲା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆସନରେ ସବୁଠୁ ଅଧିକ ସମୟ ୧୫ ବର୍ଷ ଯାଏଁ ରହିଥିଲେ । ୨୦୧୩ ମସିହା ବିଧାନସଭା ନିର୍ବାଚନରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ନୀକଟରୁ ପରାଜିତ ହେବା ପରେ ଶୀଲାଙ୍କ ରାଜନୀତି କ୍ୟାରିୟର ପୂର୍ଣ୍ଣଚ୍ଛେଦ ପଡିଥିଲା । ଦିଲ୍ଲୀର ବିଧାନସଭା ନିର୍ବାଚନରେ ପରାଜିତ ହେବା ପରେ କେରଳର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ ଶୀଲା ଦୀକ୍ଷିତ । ୨୦୧୯ ସାଧାରଣ ନିର୍ବାଚନରେ ପୁଣୀଥରେ କଂଗ୍ରେସ ଟିକେଟରୁ ଲୋକସଭା ନିର୍ବାଚନରେ ପାର୍ଥୀ ହୋଇଥିଲେ ଶୀଲା କିନ୍ତୁ ଏଥିରେ ବି ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଶୀଲା ଦୀକ୍ଷିତଙ୍କ ଜନ୍ମ ୧୯୩୮ ମାର୍ଚ୍ଚ ୩୧ ତାରିଖରେ ପଞ୍ଚାବର କପୁରଥଲାରେ ହୋଇଥିଲା । ଶୀଲାଙ୍କ ପାଠ ପଢା ଦିଲ୍ଲୀରୁ ଆରମ୍ଭ ହୋଇଥିଲା । ଦିଲ୍ଲୀର କନଭେଟ୍ ଅଫ ଜିସସ ଆଣ୍ଡ ମେରି ସ୍କୁଲରୁ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ କଂଗ୍ରେସର ଏହି ବରିଷ୍ଠ ନେତ୍ରୀ । ଦିଲ୍ଲୀ ୟୁନିଭର୍ସିଟିର ମିରାଣ୍ଡା ହାଉସ କଲେଜରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ଶୀଲା ଦୀକ୍ଷିତ । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଶୀଲା ଦୀକ୍ଷିତ ଦିଲ୍ଲୀର ସାଂସଦ ମଧ୍ୟ ରହିଥିଲେ । ୧୯୮୪ ରୁ ୧୯୮୯ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର କନ୍ନୌଜରୁ ସାଂସଦ ରହିଥିଲେ କଂଗ୍ରେସର ଏହି ବରିଷ୍ଠ ନେତ୍ରୀ । ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଦିଲ୍ଲୀରେ ଅନେକ ବିକାଶମୂଳକ କାର୍ଯ୍ୟ କରାଯାଇଛି ଏଣୁ ଶୀଲାଙ୍କୁ ଦିଲ୍ଲୀର ରୂପ ବଦଳେଇବାର ଶ୍ରେୟ ଦିଆଯାଏ ।

LEAVE A REPLY

Please enter your comment!
Please enter your name here