ଉତ୍ତର ପ୍ରଦେଶର ସୋନାଭଦ୍ରା ଗୁଳିକାଣ୍ଡରେ ଶିକାର ହୋଇଥିବା ମୃତକଙ୍କ ପରିବାରକୁ ଭେଟିବା ପାଇଁ କଂଗ୍ରେସର ସାଂସଦ ଡେରେକ ଓବ୍ରାଏନ ଯାଉଥିବା ବେଳେ ତାଙ୍କୁ ଅଟକାଇ ରଖିଛି ୟୁପି ପୋଲିସ । ବାରଣାସୀ ବିମାନ ବନ୍ଦରରୁ ଟିଏମସି ସାଂସଦ ଓବ୍ରାଏନ ଓ ତାଙ୍କର ଦୁଇ ସହଯୋଗି ବାହାରିବା ପରେ ସ୍ଥାନିୟ ପୋଲିସ ସୋନଭଦ୍ରା ଯିବାପାଇଁ ସାଂସଦ ଓବ୍ରାଏନଙ୍କୁ ବାରଣ କରିଥିଲେ । କାରଣ ଉକ୍ତସ୍ଥାନରେ ୧୪୪ ଧାରା ଲାଗୁ ହୋଇଛି । ଜବାବରେ ଓବ୍ରାଏନ କହିଲେ ୧୪୪ ଧାରା ଲାଗୁ ହୋଇଥିଲେ ଏକା ସାଙ୍ଗରେ ୫ଜଣ ବ୍ୟକ୍ତି ଯାଇପାରିବେନି ସିନା କିନ୍ତୁ ସେମାନେ ମାତ୍ର ୩ ଜଣ । ତଥାପି ୟୁପି ପ୍ରଶାସନ କାହିଁକି ସେମାନଙ୍କୁ ଛାଡୁନାହିଁ ବୋଲି ସେ ପୋଲିସ ଅଧିକାରିଙ୍କୁ ପ୍ରଶ୍ନ କରିଥିଲେ । ପରେ ପ୍ରତିବାଦ ସ୍ୱରୂପ ଏୟାରପୋର୍ଟ ବାହାରେ ଧାରଣା କରିଛନ୍ତି ଏହି ସାଂସଦ । ଜମି ବିବାଦକୁ ନେଇ ଜୁଲାଇ ୧୭ରେ ଉତ୍ତରପ୍ରଦେଶ ସୋନଭଦ୍ରାରେ ୧୦ ଜଣ ଗୁଳିରେ ଶିକାର ହୋଇଥିଲେ । ଏବେ ଏହାକୁ ନେଇ ୟୁପି ରାଜନୀତି ସରଗରମ ହୋଇଛି । ଗତକାଲି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ସୋନଭଦ୍ରା ଯିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସୋନଭଦ୍ରା ଅଞ୍ଚଳରେ ୧୪୪ ଧାରା ଲାଗୁହେବାରୁ ପ୍ରିୟଙ୍କା ୪ ଜଣଙ୍କୁ ସାଙ୍ଗରେ ନେଇ ଯାଇପାରିବେନି ବୋଲି ପୋଲିସ କହିଥବଲା । ପୋଲିସ ସେମାନଙ୍କୁ ଅଟକାଇ ରଖିବାରୁ ପ୍ରିୟଙ୍କା ଗାନ୍ଧୀ ଓ ଅନ୍ୟ କଂଗ୍ରେସ ନେତାମାନେ ମିର୍ଜାପୁର ଠାରେ କିଛି ସମୟ ପାଇଁ ଧାରଣାରେ ବସିଥିଲେ ।

LEAVE A REPLY

Please enter your comment!
Please enter your name here