ବରିଷ୍ଠ ନେତା ଡି.ରାଜା ସିପିଆଇ ରାଷ୍ଟ୍ରୀୟ ମହାସଚିବ ନିଯୁକ୍ତ ହୋଇଛନ୍ତି । ଶନିବାର ଦଳର ରାଷ୍ଟ୍ରୀୟ ପରିଷଦ ବୈଠକରେ ବରିଷ୍ଠ ନେତା ଡି.ରାଜାଙ୍କୁ ଦଳର ରାଷ୍ଟ୍ରୀୟ ମହାସଚିବ ନିଯୁକ୍ତ କରିବା ପ୍ରସ୍ତାବକୁ ସର୍ବମମ୍ମତି କ୍ରମେ ମୋହର ବାଜିଥିଲା । ଦଳର ବର୍ତ୍ତମାନ ମହାସଚିବ ଥିବା ଏସ ସୁଧାକର ରବିବାର ଏହି ଘୋଷଣା କରିଛନ୍ତି । ଚଳିତ ନିର୍ବାଚନରେ ସିପିଆଇର ଶୋଚନୀୟ ପରାଜୟ ପରେ ରେଡ୍ଡୀ ମହାସଚିବ ପଦରୁ ଇସ୍ତଫା ଦେଇଥିଲେ । କିନ୍ତୁ ଇସ୍ତଫା ପତ୍ରରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇଥିଲେ ।

LEAVE A REPLY

Please enter your comment!
Please enter your name here