ଛତିଶଗଡ଼ର ନାରାୟଣପୁର ପୁଲିସ ନିକଟରେ ୬୨ଜଣ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ୬୨ ହାର୍ଡକୋର ନକ୍ସଲ ଅବୁଝମାଡ଼ ସର୍କଲର ବୋଲି ଜଣାପଡ଼ିଛି। ସୁଚନାନୁସାରେ, ନକ୍ସଲମାନେ ବସ୍ତର ଆଇଜି ବିବେକାନନ୍ଦ ସିହ୍ନା ଓ ଅନ୍ୟ ବରିଷ୍ଠ ସଦସ୍ୟଙ୍କ ନିକଟରେ ଏହି ନକ୍ସଲମାନେ ଆତ୍ମସମର୍ପଣ କରିଥିଲେ। ତେବେ ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ୫୧ ଜଣ ସଦସ୍ୟ ବିଭିନ୍ନ ଅସ୍ତ୍ରଶସ୍ତ୍ର ସହିତ ବନ୍ଧୁକ ନେଇ ପୁଲିସ ନିକଟକୁ ଆସିଥିଲେ । ସମସ୍ତ ଅସ୍ତ୍ରଶସ୍ତ୍ରକୁ ପୁଲିସ ଜବତ କରିଛି। ଏକାବେଳେକେ ଏତେ ସଂଖ୍ୟାରେ ନକ୍ସଲ ପୁଲିସ ନିକଟରେ ଆତ୍ମସମର୍ପଣ କରିବା ଦ୍ୱାରା ମାଓସଙ୍ଗଠନକୁ ଏକ ଶକ୍ତ ଧକ୍କା ଲାଗିଛି।

 

LEAVE A REPLY

Please enter your comment!
Please enter your name here