ପୁଣି ଶବରୁ ଆଖି ଗାଏବ । ଅନୁଗୁଳ ମେଡିକାଲରେ ପୁଣିଥରେ ଆଉ ଏକ ଶବରୁ ଆଖି ଗାଏବ ହୋଇଥିବା ଅଭିଯୋଗ ହୋଇଛି । ଦୂର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣେ ବ୍ୟକ୍ତିଙ୍କ ଆଖି ତାଡି ନେଇଯାଇଥିବା ଅଭିଯୋଗ ହୋଇଛି । ତେବେ ଦୂର୍ଘଟଣାରେ ମୃତ୍ୟୁ ପରେ ପୋଷ୍ଟମର୍ଟମ ପାଇଁ ଶବ ଅଣାଯାଇଥିଲା । ରାତିରେ ଆଖି ତାଡି ନିଆଯିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଏନେଇ ମେଡିକାଲ କର୍ତ୍ତୁପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି । ତେଣୁ ନ୍ୟାୟ ଦାବୀ କରି ପରିବାର ପକ୍ଷରୁ ସିଡିଏମଓଙ୍କ କାର୍ଯ୍ୟାଳୟ ସାମନାରେ ମୃତଦେହ ରଖି ଧାରଣା ଦିଆଯାଇଛି । ଜୁଲାଇ ୧୯ରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୪ବର୍ଷର ମୃତ ଶିଶୁକନ୍ୟାର ଆଖି ନଥିବା ଅଭିଯୋଗ ହୋଇଥିଲା । ଅସୁସ୍ଥ ଝିଅର ମୃତ୍ୟୁ ପରେ ହସ୍ପିଟାଲରେ ପୋଷ୍ଟମର୍ଟମ ପାଇଁ ଶବକୁ କାଲି ମର୍ଗରେ ରଖାଯାଇଥିଲା । କିନ୍ତୁ ପୋଷ୍ଟମର୍ଟମ ପାଇଁ ନେବା ବେଳେ ଆଖି ନଥିବା ଦେଖାଯାଇଥିବାରୁ ମୃତ ଝିଅର ବାପା ଡାକ୍ତରଖାନା ନାଁରେ ଅଭିଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here