ଶ୍ରୀକ୍ଷେତ୍ରରେ ପୋଲିସ କରିଛି ଡବଲ ଏନ୍‌କାଉଣ୍ଟର | ଦୁଇଟି ପୃଥକ ପୃଥକ ସ୍ଥାନରେ ପୋଲିସ ଦୁଇ ଦୁର୍ଦ୍ଦାନ୍ତ ଅପରଧୀଙ୍କ ଉପରେ ଗୁଳି ଚଳାଇଛି |ଆହତଦ୍ୱୟ ହେଲେ ବ୍ରାଉନ ସୁଗାର ଓ କୋରେସ୍କ ବ୍ୟବସାୟୀ ବିଶୁ ଓରଫ୍ ବିଶ୍ୱରଞ୍ଜନ ସାହୁ ଏବଂ ବାଲି ମାଫିଆ ଟିକି ମିଆଁ ଓରଫ୍ ସିୟାମତ୍ ଖାନ୍ । ତାଳବଣିଆ ଥାନା ଅଞ୍ଚଳରେ ଦୁର୍ଦ୍ଦାନ୍ତ ଅପରାଧୀ ବିଶ୍ୱ ରଞ୍ଜନ ସାହୁ ଥିବା ନେଇ କୁମ୍ଭାରପଡ଼ା ପୁଲିସକୁ ଖବର ପାଇବା ପରେ ଅତର୍କିତ ଭାବରେ ଚଢ଼ାଉ କରି ତାକୁ ଧରିବା ପାଇଁ ଚେଷ୍ଟା କରିଥିଲା । ଏହି ସମୟରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପରେ ପୁଲିସ ବିଶୁକୁ ଏନ୍‌କାଉଣ୍ଟର କରିଥିଲା। ପୁଲିସ ତା’ଠାରୁ ଗୋଟିଏ ବନ୍ଧୁକ, ଗୁଳି ସହ ଏକ ବାଇକ ଜବତ କରିଛି। ବିଶୁ ଦୀର୍ଘ ଦିନ ଧରି କୋରେକ୍ସ ଓ ବ୍ରାଉନ ସୁଗର ମାଫିଆ ଥିଲା। ସେହିପରି ବାଲି ମାଫିଆ ଟିକି ଖାଁକୁ ବାଶେଳି ଥାନା ପୁଲିସ୍ ଏନ୍‌କାଉଣ୍ଟର କରିଛି। ଗତକିଛି ଦିନ ହେଲା ସିପସରୁ ବାଲି ଅଞ୍ଚଳରୁ ଟିକି ଖାଁ ବାରମ୍ୱାର ବାଲି ଉଠାଉଥିବା ଖବର ପାଇ ପୁଲିସ୍‌ ତାକୁ ଜଗି ରହିଥିଲା । ତେବେ ଗତ ରାତିରେ ବାଲି ଚୋରା ଚାଲାଣ କରାଯାଉଥିବା ସମୟରେ ପୁଲିସ୍‌ ଚଢଉ କରିଥିଲା । ହେଲେ ଟିକି ଖାଁ ପୁଲିସ୍‌ ଉପରକୁ ଗୁଳି ଚଳାଇଥିଲା । ପାଲଟା ଜବାବରେ ପୁଲିସ୍‌ର ଗୁଳି ମାଡ଼ରେ ଟିକି ଖାଁ ଆହତ ହୋଇଛି । ତା’ ନିକଟରୁ ଗୋଟିଏ ବନ୍ଧୁକ ଓ ଜୀବନ୍ତ ଗୁଳି ମଧ୍ୟ ଜବତ କରାଯାଇଛି । ଟିକି ନାଁରେ ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରହିଛି । ଟିକିକୁ ଏବେ କଟକ ବଡ ଡାକ୍ତରଖାନାରେ ଭର୍ତି କରାଯାଇଛି |

LEAVE A REPLY

Please enter your comment!
Please enter your name here