ବିଶ୍ୱର ୧୦୦ ଅତ୍ୟାଧୁନିକ ସହର ମଧ୍ୟରେ ମୁମ୍ବାଇ ସ୍ଥାନ ପାଇଛି। ବ୍ୟବସାୟୀକ ତଥ୍ୟ ପ୍ରଦାନକାରୀ ସଂସ୍ଥା ‘ଟୁଥିଙ୍କନୋ’ ନିକଟରେ ପ୍ରକାଶ କରିଥିବା ଅତ୍ୟାଧୁନିକ ସହର ତାଲିକାର ଶୀର୍ଷରେ ରହିଛି ଜାପାନର ରାଜଧାନୀ ଟୋକିଓ। ତାଲିକାର ୯୨ ସ୍ଥାନରେ ରହିଛି ମୁମ୍ବାଇ। ବିଶ୍ୱର ୫୦୦ ଅତ୍ୟାଧୁନିକ ସହରର ନାମ ଥିବା ଏହି ତାଲିକାରେ ଭାରତର ସମୁଦାୟ ୧୩ଟି ସହରର ନାଁ ରହିଛି। ସେଗୁଡିକ ହେଲା-ଦିଲ୍ଲୀ, ଚେନ୍ନାଇ, କୋଲକାତା, ହାଇଦ୍ରାବାଦ, ଅହମଦାବାଦ, ପୁଣେ, ଜୟପୁର, ସୁରତ, ଲକ୍ଷ୍ନୌ, କାନପୁର ଏବଂ ମଦୁରାଇ। ତାଲିକାର ଦ୍ୱୀତିୟ ସ୍ଥାନରେ ରହିଛି ଲଣ୍ଡନ।