ଛାଡପତ୍ର ମାମଲାକୁ ନେଇ ସରକାର ନେଲେ ବଡ ନିଷ୍ପତି | ଏଣିକି ଛାଡ଼ପତ୍ର ମାମଲା ଚାଲିଥିବା ମହିଳାଙ୍କୁ ମିଳିବ ପେନସନ | ବାର୍ଷିକ ୪୦ ହଜାରରୁ କମ ଆୟ ଥିବା ମହିଳା ଏହି ପେନସନ ତାଲିକାରେ ଅନ୍ତର୍ଭୁକ୍ତ ହେବେ | ମଧୁବାବୁ ପେନସନ ଯୋଜନାରେ ମହିଳାଙ୍କୁ ମିଳିବ ଏହି ସୁବିଧା | ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏନେଇ ସୂଚନା ଦେଇଛନ୍ତି | ପୂର୍ବରୁ ପେନସନ ପ୍ରଦାନ ନେଇ ପକ୍ରିୟା ଚାଲିଥିବାବେଳେ ଏବେ ଏନେଇ ନିଆଯାଇଛି ନିଷ୍ପତି | ସମ୍ପୃକ୍ତ ମହିଳା ଛାଡପତ୍ର ମାମଲା ସମ୍ପର୍କିତ କାଗଜପତ୍ର ପ୍ରମାଣ ପତ୍ର ଭାବେ ଦେଇ କରିପାରିବେ ନିଜ ନାମ ପଞ୍ଜିକରଣ |

LEAVE A REPLY

Please enter your comment!
Please enter your name here