ବାପା ମା ଯେତେବେଳେ ପୁଅଟିଏ ଜନ୍ମ କରନ୍ତି । ଅଶା ଭରସା ରଖି ଲାଳନ ପାଳନ କରି ଛୋଟରୁ ବଡ କରନ୍ତି  । ଭବିଷ୍ୟତରେ ଭଲ ମଣିଷ ହେବ  । ବୁଢା ହୋଇଗଲେ ପୁଅ ମୋତେ ସାହା ହେବ । କିନ୍ତୁ ଆଜିର ଏହି ଦୁନିଆରେ ଏ ମାନବିକତା ହଜିଯାଇଛି କହିଲେ କିଛି ଭୁଲ ହେବନି । ଏମିତି ଏକ ଚିତ୍ର ପୁଣି ଥରେ ସାମ୍ନାକୁ ଆସିଛି । ପଚାରିଲେନି ପୁଅ ବୋହୂ । ପୁଅ ବୋହୂ ନିର୍ଯାତନାରେ ଏତେ ଅତିଷ୍ଠ ଯେ, ଜିଲ୍ଲାପାଳଙ୍କ ପାଖରେ ଗୁହାରି ହୋଇ କହିଛନ୍ତି, ମୋତେ ଜରାଶ୍ରମରେ ରଖାଯାଉ । ସମ୍ପତ୍ତି ସହ ନିଜ ଦେହକୁ ମଧ୍ୟ ଦାନ କରିଦେଇଛନ୍ତି ବୃଦ୍ଧ ଜଣକ । ନିର୍ଯାତନାରେ ଅତିଷ୍ଠ ହୋଇ ଶେଷରେ ସରକାରଙ୍କୁ ସମ୍ପତ୍ତି ଦାନ କରିଦେଲେ ବୃଦ୍ଧ । ନିଷ୍ପତ୍ତି ନେଲେ ବାକି ଜୀବନ ବିତାଇବେ ଜରାନିବାସରେ । ଏପରିକି ମୃତୁ୍ୟ ପରେ ବି ତାଙ୍କ ମୃତ ଦେହ ଉପରେ ପୁଅର ଅଧିକାର ରହିବନି । ଏପରି ଏକ କଠୋର ଚରମ ନିଷ୍ପତ୍ତି ନେଇଛନ୍ତି ଯାଜପୁରର କ୍ଷେତ୍ରମୋହନ ମିଶ୍ର । ପୁଅ ବୋହୂ ଦେଉଥିଲେ ଅତ୍ୟାଚାର । ବାରମ୍ବାର କୋର୍ଟ , କଚେରୀ ଥାନାକୁ ଦଉଡିବା ଅପେକ୍ଷା ସେ ଏପରି ଏକ ନିଷ୍ପତ୍ତି ନେଇଛନ୍ତି । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ମୂରଲୀପୁର ଗାଁରେ ୭୫ ବର୍ଷିୟ ବୃଦ୍ଧ କ୍ଷେତ୍ରମୋହନ ମିଶ୍ରଙ୍କ ଘର । ଦୀର୍ଘଦିନ ଧରି ସେ ପାରିବାରିକ ବିଶୃଙ୍ଖଳା ଭିତରେ ଜୀବନ ଜିଉଁଥିଲେ । ପୁଅ ବୋହୂ ନପଚାରିବାରୁ ଶେଷରେ ସେ ସମସ୍ତ ସମ୍ପତ୍ତିକୁ ସରକାରଙ୍କୁ ଦାନ କରିଛନ୍ତି । କ୍ଷେତ୍ରମୋହନ ଯାଜପୁର ଜିଲ୍ଲାପାଳଙ୍କୁ ଭେଟି ନିଜ ପୈତୃକ ସମ୍ପତ୍ତି ସରକାରଙ୍କୁ ଦାନ କରିବାକୁ ନିଷ୍ପତ୍ତି ନେଇ ସତ୍ୟପାଠ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here