ପାରିବାରିକ କଳହକୁ ନେଇ ଚାଲିଗଲା ଦୁଇଟି ମୂଲ୍ୟବାନ ଜୀବନ । କେନ୍ଦ୍ରାପଡା ଜିଲ୍ଲା ମର୍ଶାଘାଇ ବ୍ଲକ କରଜଂ ଗାଁରେ ଘଟିଛି ଅଭାବନୀୟ ଘଟଣା । ବୁଧବାର ରାତିରେ ପାରିବାରିକ କଳହକୁ ଭିତି କରି ସସ୍ମିତା ନାମକ ଜଣେ ମହିଳା ନିଜ ଦେଢ ବର୍ଷର ଝିଅକୁ ଧରି ଘରୁ ପଳେଇଥିଲେ । ବହୁ ଖୋଜାଖୋଜି ପରେ ତାଙ୍କ ପତା ମିଳି ନଥିଲା । ସକାଳୁ ଲୁଣା ନଦୀରେ ଛୋଟ ଝିଅର ମୃତ ଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ଖବର ପାଇ ଓଡ୍ରାଫ ଟିମ ନଦୀରେ ଖୋଜାଖୋଜି କରିବା ପରେ ଅପରାହ୍ନରେ ସସ୍ମିତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ପାରିବାରିକ କଳହକୁ ନେଇ ସସ୍ମିତା ନିଜ ଦେଢ ବର୍ଷର ଝିଅକୁ ଧରି ଲୁଣା ନଦୀରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here