ଭିଜିଲାନ୍ସ ଜାଲରେ ସରପଞ୍ଚ ବାବୁ । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ରିଞ୍ଜା ସରପଞ୍ଚ ଭୋଜବନ୍ତୀ ସାହୁଙ୍କ ବାସଗୃହ ଓ ପଚାଂୟତ କାର୍ୟ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ରେଡ କରାଯାଇଛି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୋଜବନ୍ତୀଙ୍କ ଶଶ୍ୱୁର ଘର ଟକାରୁମାଳ  ଓ ନିଜ ଘର  କୁସୁର୍ଲ୍ଲାରେ  ଏକ ସମୟରେ ଚଢାଉ ଜାରି ରହିଛି । କଳାହାଣ୍ଡି ଡିଏସପି ସତ୍ୟବାନ ମହାନନ୍ଦ ଙ୍କ ନେତୃତ୍ଵରେ ଚଢାଉ କରାଯାଇଛି । ତେବେ ଚଢାଉ ଚାଲିଥିବାବେଳେ କେତେ ସମ୍ପତ୍ତି ଜବତ ହୋଇଛି ତାର ଆକଳନ ଏପର୍ଯ୍ୟନ୍ତ ହୋଇପାରିନାହିଁ ।

LEAVE A REPLY

Please enter your comment!
Please enter your name here