ମୟୁରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ବଢୁଛି ଗଜରାଜଙ୍କ ଆତଙ୍କ । କରଞ୍ଜିଆ ବନଖଣ୍ଡ ଯାମୁନ୍ତି ଗାଁରେ ହାତୀ ଆତଙ୍କରେ ଭୟର ବାତାବରଣ ଖେଳିଯାଇଛି । ୨୨ରୁ ଉର୍ଦ୍ଧ ହାତୀ ଏଠାରେ ଆଡ୍ଡା ଜମାଇଥିବା ଦେଖିବାକୁ ମିଳିଛି । କେତେବେଳେ ଘରେ ପଶି ଲୋକଙ୍କ ଧାନ ଚାଉଳ ଖାଇଲେଣି ତ କେତେବେଳେ ଧାନ ବିଲରେ ଫସଲ ନଷ୍ଟ କଲେଣି । ପୁଣି କେତେବେଳେ ମଣିଷକୁ ଆକ୍ରମଣ କରୁଛନ୍ତି ତ ପୁଣି କେତେବେଳେ ଦଳି ଚକଟି ମାରି ଦେଉଛନ୍ତି । ହାତୀପଲ ୫ରୁ ଉର୍ଦ୍ଧ ଘର ଭାଙ୍ଗିବା ସହିତ ବହୁ ଫସଲ କିଆରୀ ନଷ୍ଟ କଲେଣି । ହାତୀପଲ ଯାମୁନ୍ତି ଗ୍ରାମର ଜଙ୍ଗଲରେ ଥିବା ଜାଣିବା ପରେ ମଧ୍ୟ ବନବିଭାଗ ଘଉଡାଇବାରେ ବିଫଳ ହୋଇଛି । ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଅନ୍ୟପକ୍ଷରେ ହାତୀଙ୍କ ଉତ୍ପାତ ଏବେ ବନବିଭାଗ କର୍ମଚାରୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସବୁଦିନ ବନଖଣ୍ଡ କର୍ମଚାରୀ ହାତୀ ଘଉଡାଇ ଘଉଡାଇ ନାକେଦମ ହୋଇଗଲେଣି ।

LEAVE A REPLY

Please enter your comment!
Please enter your name here