ନାତୀକୁ ଜେଜେ ମାର ଅକଥନୀୟ ନିର୍ଯାତନା । ଯେଉଁ ଦୃଶ୍ୟ ଦେଖିଲେ ଆପଣଙ୍କ ଦେହ ଶୀତେଇ ଯିବ । ଛୋଟମୋଟ ଦୁଷ୍ଟାମି ପାଇଁ ନାତୀକୁ ତଳେ ପକାଇ ଗୋଇଠା ପରେ ଗୋଇଠା ମାରୁଛନ୍ତି ଜେଜେ ମା । ଗୋଡକୁ ଚାପିଦଉଛନ୍ତି । ଯନ୍ତ୍ରଣାରେ ଛଟପଟ ହେଲେ ବି ନାତୀକୁ ଛାଡୁନାହାଁନ୍ତି ଜେଜେ ମା । ଏ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ନୀଳଗିରି ଗଙ୍ଗାଧରପୁର ଗାଁରେ । ୭ ବର୍ଷର ନାତୀକୁ ଜେଜେ ମା ବୃନ୍ଦାବତୀ ଦେଉଛନ୍ତି ଏଭଳି ନିର୍ଯାତନା । ବାପା ମା ମୁମ୍ବାଇରେ ରହୁଥିବାବେଳେ ପୁଅକୁ ଛାଡିଥିଲେ ଯେଯେ ମାଙ୍କ ପାଖରେ । ତେବେ ନାତୀକୁ ନିର୍ଯାତନାର ଦେବା ଏହି ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

LEAVE A REPLY

Please enter your comment!
Please enter your name here