ଜଣେ ଅସହାୟ ଦୃଷ୍ଟିହୀନ ଯୁବକଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାକୁ କୁନିକୁନି ପିଲାଙ୍କ ପ୍ରୟାସ । ଆତୁରହୋଇ ସାହାରା ପାଇଁ ଅପେକ୍ଷା କରିଥିଲେ ଜଣେ ଦୃଷ୍ଟିହୀନ ଯୁବକ । ସେହି ସମୟରେ ସ୍କୁଲରୁ ଫେରୁଥିଲେ ୪ଜଣ କୁନିକୁନି କୋମଳମତି ଛାତ୍ର । ସେମାନଙ୍କର ନଜର ପଡିଥିଲା ଏହି ଅସହାୟ ବ୍ୟକ୍ତିଙ୍କ ଉପରେ ।ଆଉ ତାପରେ ସେମାନେ ଦୌଡି ଯାଇଥିଲେ ଏହି ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଖକୁ । ତାଙ୍କହାତ ଧରି ପହଁଞ୍ଚାଇ ଦେଇଥିଲେ ଗନ୍ତବ୍ୟସ୍ଥଳରେ । କୁନି ପିଲା ହେଲେ ମଧ୍ୟ ସେମାନଙ୍କ ମନରେ ଉଜ୍ଜିବୀତ ହୋଇଥିଲା ମଣିଷ ପଣିଆ । ଡେରି ନକରି ଦୃଷ୍ଟିହୀନ ବ୍ୟକ୍ତିଙ୍କ ହାତଧରି ପ୍ରାୟ ୧୦୦ ମିଟରରୁ ଅଧିକ ରାସ୍ତା ପାରି କରିଥିଲେ ସେମାନେ । ଏହି ଘଟଣା ଆମ ସମସ୍ତଙ୍କ ପାଇଁଏକ ଉଦାହରଣ । ଛାତ୍ରଙ୍କ ଏଭଳି ମହତ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି । ଏଭଳି କାର୍ଯ୍ୟ କରିଥିବା ୪ ଜଣ ଛାତ୍ର ଫରାନ ଖାନ୍, ରାମଚରଣ, ରବି ଏବଂ ବିଶ୍ୱକର୍ମାଙ୍କୁ ରାୟଗଡାରେ ଆୟୋଜିତ ୭୩ତମ ସ୍ୱାଧିନତା ଦିବସରେ ମନ୍ତ୍ରୀ ପଦ୍ମିନୀ ଦିଆନ ସମ୍ମାନିତ କରିଥିଲେ ।

LEAVE A REPLY

Please enter your comment!
Please enter your name here