ରାଉରକେଲାରେ ଅଭାବନୀୟ ଘଟଣା । ପତ୍ନୀଙ୍କ ସହ ଏନଆଟି ପ୍ରଫେସର ଆତ୍ମହତ୍ୟା କରିଥିବା ସନେ୍ଦହ କରାଯାଉଛି । ରାଉରକେଲା ସ୍ଥିତ ଏନ୍‌ଆଇଟି ପରିସରରେ ଥିବା ଷ୍ଟାଫ୍‌ କ୍ୱାର୍ଟର୍ସରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ଏନ୍‌ଆଇଟିର ସହକାରୀ ପ୍ରଫେସର ଆର. ଜୟ ବାଲାନ୍‌ (୩୮) ଓ ତାଙ୍କ ପତ୍ନୀଙ୍କ ବୟସ(୩୫)। ୯ ବର୍ଷ ତଳେ ସେମାନଙ୍କ ବିବାହ ହୋଇଥିଲା। ଶ୍ରୀ ବାଲାନ୍‌ ଲାଇଫ୍ ସାଇନ୍ସ ବିଭାଗର ସହକାରୀ ପ୍ରଫେସର ଥିଲେ। ଗତ ଦୁଇ ଦିନ ହେଲା ତାଙ୍କ ଘର ଭିତର ପଟୁ କବାଟ ବନ୍ଦ ଥିଲା। ତେଣୁ ଲୋକଙ୍କର ସନ୍ଦେହ ହୋଇଥିଲା। ଏନ୍‌ଆଇଟ୍‌ର ସିକ୍ୟୁରିଟି ଇନ୍‌ଚାର୍ଜଙ୍କଠାରୁ ଏ ସଂପର୍କରେ ଖବର ପାଇ ପୁଲିସ୍ ଗତକାଲି ବିଳମ୍ବିତ ରାତିରେ ସେଠାରେ ପହଞ୍ଚିଥିଲା ଓ ଘରଟିକୁ ସିଲ୍ କରି ଦେଇଥିଲା। ଆଜି ସକାଳେ କବାଟ ଭାଙ୍ଗି ପୁଲିସ୍‌ କ୍ୱାର୍ଟର୍ସ ଭିତରେ ପଶିଥିଲା। ଘର ଭିତରେ ବାଲାନ୍‌ ଦମ୍ପତିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୁଲିସ୍ ସେଠାରେ ତଦନ୍ତ ଜାରି ରଖିଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍ ଓ ଡଗ୍ ସ୍ୱାଡ୍‌ ମଧ୍ୟ ସେଠାରେ ପହଞ୍ଚିଛନ୍ତି। ଏନ୍‌ଆଇଟି କ୍ୱାର୍ଟର୍ସ ପରିସରରେ ଥିବା ସୁରକ୍ଷାକର୍ମୀଙ୍କ କହିବା ଅନୁଯାୟୀ, ଶେଷ ଥର ପାଇଁ ଅଗଷ୍ଟ ୧୪ ତାରିଖରେ ଏହି ଦମ୍ପତିଙ୍କୁ ବାହାରେ ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here