ପିଆଜ ଦରକୁ ନେଇ ଏବେ ଚିନ୍ତାଗ୍ରସ୍ତ ଲୋକେ । ଯେଉଁ ପିଆଜ ଦର ସପ୍ତାହେ ଆଗରୁ କିଲୋ ପିଛା ୨୦ରୁ ୨୫ ଟଙ୍କା ଥିଲା,ଏବେ ତାହା କିଲୋ ପିଛା ୩୫ଟଙ୍କା ଛୁଇଁଲାଣି । ଦର ହୁ ହୁ ହୋଇ ବଢୁଥିବା ହେତୁ ଲୋକେ ଏବେ ପିଆଜ ଖାଇବାକୁ ମଧ୍ୟ ଡରିଲେଣି । ବଜାରକୁ ଗଲେ ପିଆଜ କିଣିବେକି ନାହିଁ ସେ କଥା ପ୍ରଥମେ ଭାବିବାକୁ ପଡୁଛି । ପିଆଜ ଦରକୁ ନେଇ ରାଜ୍ୟ ସରକାର ଚୁପ ହୋଇ ବସିଥିବା ବେଳେ କେନ୍ଦ୍ର ସରକାର ଏହି ଦର ଉପରେ ଲଗାମ ଲଗାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ପ୍ରଥମେ ରାଜଧାନୀ ଦିଲ୍ଲୀରେ ପିଆଜ ଦର ସ୍ଥିତି ଉପରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ବିଭାଗୀୟ ସଚିବ ଅବିନାଶ କେ.ଶ୍ରୀବାସ୍ତବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନାଫେଟ ଓ ଏକ୍ସିସିଏଫର ପରିଚାଳନା ନିର୍ଦ୍ଦେଶକମାନେ ମଧ୍ୟ ଯୋଗ ଦେଇଥିଲେ । ସେଥିରେ ସଫଲ ଆଉଟଲେଟରେ ପିଆଜ କିଲୋ ଯେପରି ୨୩ ଟଙ୍କା ୯୦ ପଇସା ନଟପିବ ସେ ନେଇ ନିଷ୍ପତି ହୋଇଛି । କେବଳ ଦିଲ୍ଲୀ ନୁହେଁ ଅନ୍ୟ ରାଜ୍ୟରେ ମଧ୍ୟ ନିର୍ଦ୍ଧାରିତ ମୂଲ୍ୟରୁ ଚଢା ଦରରେ ଯେଉଁ ବ୍ୟବସାୟୀ ପିଆଜ ବିକ୍ରି କରୁଥିବେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here