ସ୍ୱଦେଶ ପ୍ରତ୍ତ୍ୟାବର୍ତ୍ତନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସ୍ୱର୍ଗତ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବାସଭବନରେ ପହଁଞ୍ଚିଛନ୍ତି । ଜେଟଲୀଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି ମୋଦି । ତେବେ ମୋଦିଙ୍କ ସହ ଉପସ୍ଥିତ ଥିଲେ ଅମିତ ଶାହା । ଗତ ୨୪ ତାରିଖ ଦିନ ଦିଲ୍ଲୀ ଏମ୍ସରେ ଚିକିସôାଧିନବେଳେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପରଲୋକ ହୋଇଥିଲା । ତେବେ ବିଦେଶ ଯାଇଥିବାରୁ ଫୋନ ଯୋଗେ ମୋଦି ଶୋକ ବ୍ୟକ୍ତ କରିଥିଲେ । ବିଦେଶ ଗସ୍ତ ବାତିଲ ନକରିବାକୁ ଜେଟଲୀଙ୍କ ପତ୍ନୀ ଏବଂ ପୁଅ କହିବା ପରେ ବାହାରିନ୍ ଓ ଫ୍ରାନ୍ସ ଗସ୍ତ କରିଥିଲେ ମୋଦି । ଗତ ରାତିରେ ବିଦେଶ ଗସ୍ତରୁ ଫେରିବା ପରେ ମୋଦି ସକାଳୁ ଜେଟଲୀଙ୍କ ବାସଭବନରେ ପହଁଞ୍ଚି ସମବେଦନା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here