୯୦ଟି ଦେଶରେ ନିଜର କାୟା ବିସ୍ତାର କରିସାରିଲାଣି ଓମିକ୍ରନ । ଡେଲ୍ଟା ତୁଳନାରେ ଏହି ଭାରିଆଣ୍ଟର ଶକ୍ତି କମ । କିନ୍ତୁ ଦ୍ରୁତ ଗତିରେ ଓମିକ୍ରନ ବ୍ୟାପୁଥିବାରୁ ଏବେ ଚିନ୍ତା ବଢିଯାଇଛି । ଡେଲ୍ଟା ଭାଇରସ ସଙ୍କ୍ରମଣବେଳେ ସଙ୍କ୍ରମିତଙ୍କ ପାଖରେ ଅଧିକ ଜ୍ୱର, କାଶ ଲାଗି ରହିବା, ଛାତିରେ ଯନ୍ତ୍ରଣା ହେବା ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ଭଳି ଲକ୍ଷଣ ଦେଖିବାକୁ ମିଳୁଥିଲା । ମାତ୍ର ଓମିକ୍ରନ ସଙ୍କ୍ରମିତ ରୋଗୀଙ୍କ ପାଖରେ ଏସବୁ ଲକ୍ଷଣ ଦେଖିବାକୁ ମିଳୁନାହିଁ । ବଂର ଓମିକ୍ରନ ସଙ୍କ୍ରମିତ ଅଧିକ ହାଲିଆ ଅନୁଭବ କରିବା , ଗଳାରେ ଯନ୍ତ୍ରଣା, ଅଳ୍ପ ଜ୍ୱର ହେଉଥିବା ଡାକ୍ତର କହିଛନ୍ତି । ସେହିପରି ରାତିରେ କିଛି ସଙ୍କ୍ରମିତଙ୍କ ନିକଟରେ ଝାଳ ବାହାରୁଥିବା ଦେଖାଯାଇଛି । ତେବେ କେତେଙ୍କ ସଙ୍କ୍ରମିତଙ୍କ ଠାରେ ଶୁଖିଲା କାଶ ଦେଖିବାକୁ ମିଳୁଛି । ପୂର୍ବରୁ କୋଭିଡ ସଙ୍କ୍ରମିତଙ୍କର ଆଘ୍ରାଣ ଶକ୍ତି କମି ଯାଉଥିଲା । ଏବଂ ଶ୍ୱାସ ପ୍ରଶ୍ୱାସ ନେବାରେ ସେମାନେ କଷ୍ଟ ଅନୁଭବ କରୁଥିଲେ । ମାତ୍ର ଓମିକ୍ରନ ଆକ୍ରାନ୍ତ ରୋଗୀଙ୍କ ପାଖରେ ଶ୍ୱାସ ପ୍ରଶ୍ୱାସ ନେବାରେ କୌଣସି ଅସୁବିଧା ହେଉନାହିଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here