ସାବଧାନ୍ । ଏଟିଏମରୁ ଟଙ୍କା ଉଠାଉଛନ୍ତି କି । କାର୍ଡ ଦେବା ପୂର୍ବରୁ ଥରେ ଯାଞ୍ଚ କରିନିଅନ୍ତୁ । କାରଣ କାର୍ଡ ଇନସର୍ଟ କରିବା ଜାଗାରେ ଲାଗି ଥ୍ଧବପାରେ ଚିଫ୍ । ଯେମିତି କି ଏହି ଭିଡିଓରେ ଦେଖିବାକୁ ମିଳିଛି । ଗ୍ରାହକଙ୍କୁ ସଚେତନ କରାଇବା ପାଇଁ ଗଞ୍ଜାମ ଏସପିଙ୍କ ଟୁଇଟର ଆକାଉଣ୍ଟରେ ଏହି ଭିଡିଓ ଅପଲୋଡ ହୋଇଛି । ଯେଉଁଠି ଏଟିଏମ ହ୍ୟାକରଠୁ ବର୍ତ୍ତିବା ପାଇଁ କଣ କରିବାକୁ ହେବ ସେନେଇ କୁହାଯାଇଛି । ଏଟିଏମ କାର୍ଡ ନମ୍ବର ସହ ଆପଣଙ୍କ ପିନ୍ ବି ଏହି ଉପାୟରେ ହ୍ୟାକ୍ ହୋଇପାରେ । ଆଉ ଆପଣଙ୍କ ଅଜାଣତରେ ହ୍ୟାକ୍ ହୋଇପାରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ । ଲୋକଙ୍କୁ ଏ ସମ୍ପର୍କରେ ସଚେତନ କରାଇବାପାଇଁ ଏହି ଭିଡିଓରେ ଦେଖାଯାଇଛି । ଗ୍ରାହକ ଏଟିଏମରେ ପହଁଞ୍ଚିବା ପରେ କାର୍ଡ ଇନସର୍ଟ କରିବା ପୂର୍ବରୁ ଏବଂ ଟଙ୍କା ଉଠାଇବା ପୂର୍ବରୁ ଥରେ ଯାଞ୍ଚ କରିନେବା ଉଚିତ୍ । ଯାହା ଦ୍ୱାରା ଆପଣ ଏକ ବଡ ଠକେଇରୁ ବର୍ତ୍ତି ପାରିବେ । ଗତ କିଛି ମାସ ମଧ୍ୟରେ ଏଟିଏମରୁ ଲୁଟ୍ ଓ ଠକେଇ ମାମଲା ବଢିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here