ଫାଇବ୍ ଟି ସଚିବ ଭି.କେ. ପାଣ୍ଡିୟାନ ଏବେ ବିଭିନ୍ନ ଜିଲ୍ଲାକୁ ଗସ୍ତ କରି ଉଦଘାଟନ, ଉଦବୋଧନ କାର୍ଯ୍ୟକ୍ରମରେ ବ୍ୟସ୍ତ ଅଛନ୍ତି । ସଚିବ ଯୁଆଡେ ଯାଉଛନ୍ତି, ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଛି । ତେବେ ସରକାରଙ୍କ ଅନ୍ୟ କୌଣସି ସଚିବଙ୍କ ଗସ୍ତ ବେଳେ ସୁରକ୍ଷା ବ୍ୟବସ୍ଥା ଠାରୁ ପାଣ୍ଡିୟାନଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତି ବିରୋଧୀ କଟାକ୍ଷ କରିଛନ୍ତି । ସଚିବଙ୍କ ବରଗଡ ଗସ୍ତ ନେଇ ରାଜ୍ୟ ପୋଲିସ ଯୋଗାଇ ଦେଇଥିବା ଅତ୍ୟଧିକ ସୁରକ୍ଷା ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠାଇଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । କାହିଁକି ସାଂସଦଙ୍କୁ ଏତେ ସୁରକ୍ଷା ଯୋଗାଇ ଦିଆଯାଉଛି ବୋଲି ସେ ପୋଲିସ ମହାନିର୍ଦ୍ଦେଶକଙ୍କୁ ପ୍ରଶ୍ନ କରିଛନ୍ତି । ମୁଖ୍ୟ ଶାସନ ସଚିବ ଏବଂ ଉନ୍ନୟନ କମିସନରଙ୍କ ଗସ୍ତ ବେଳେ ପୋଲିସ ସୁରକ୍ଷା ବ୍ୟବସ୍ଥା ନାମମାତ୍ରକୁ ରହୁଥିବା ବେଳେ 5T ସଚିବଙ୍କୁ କଣ ପାଇଁ ଏତେ ଗୁରୁତ୍ବ ଦିଆଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here