ଟିକେ କଥାରେ ରାଗିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ସର୍ବ ସମ୍ମୁଖରେ ନିଜ ସହଯୋଗୀଙ୍କୁ ଶକ୍ତ ଚାପୁଡା ମାରି ଚର୍ଚ୍ଚାରେ ସିଦ୍ଧରମୈୟା । ମୈଶୂର ବିମାନବନ୍ଦରରେ ତାଙ୍କର ସହଯୋଗୀଙ୍କୁ ମାଡ଼ ମାରିଥିବାରୁ ଭିଡ଼ିଓ ଭାଇରାଲ ହୋଇଛି । ତେବେ ସେ କାହିଁକି ଚାପୁଡ଼ା ମାରିଛନ୍ତି ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହିଁ ।କୌଣସି କାମ ପାଇଁ ସିଦ୍ଧରମୈୟା ମୈଶୂର ଏୟାର ପୋର୍ଟରେ ପହଁଚିଥିଲେ । ସେଠାରେ ସେ ଗଣମାଧ୍ୟମ ସାମ୍ନାରେ ତାଙ୍କର ସହଯୋଗୀଙ୍କୁ ଚାପୁଡ଼ା ମାରିଥିଲେ । ଏହା ପରେ ଉଭୟ ସେଠାରୁ ଚାଲି ଯାଇଥିଲେ । ଯାହାର ଭିଡ଼ିଓ ଏବେ ସୋଶିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଛି । ତେବେ ସିଦ୍ଧରମୈୟା କାହିଁକି ଏମିତି କଲେ ତାହା ଜଣାପଡ଼ିନାହିଁ । ଅନ୍ୟପକ୍ଷରେ କର୍ଣ୍ଣାଟକରେ ଆଜି କଂଗ୍ରେସ କର୍ମୀମାନେ ଶିବକୁମାରଙ୍କ ଗିରଫଦାରୀକୁ ନେଇ ବିକ୍ଷୋଭ କରୁଛନ୍ତି । ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ବସ୍‌ରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି । ଏହାକୁ ନଜରରେ ରଖି ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here