ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ସତପଥିଙ୍କ ପରଲୋକ । ୫୬ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି । କର୍କଟ ରୋଗରେ ପିଡୀତ ଥିବା ଦିଲୀପ ଗତ କିଛିମାସ ହେଲା ଅସୁସ୍ଥ ହୋଇପଡିଥିଲେ । ନିୟମିତ ଚିକିତ୍ସାଧିନ ଥିବା ଦିଲ୍ଲୀପ ଗତ ସନ୍ଧ୍ୟାରେ ଅସୁସ୍ଥ ଅନୁଭବ କରିଥିଲେ । ତେବେ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ୧୯୬୩ ରେ ଜନ୍ମ ଗ୍ରହଣ କରିଥିବା ଦିଲିପ ଓଡିଶା ସାମ୍ବାଦିକତା ଜଗତରେ ଥିଲେ ଅନ୍ୟତମ ବ୍ୟକ୍ତିତ୍ୱ । ବିଜେନିସେ ଷ୍ଟାଣ୍ଡାଡର ରେସିଣ୍ଢେଡସିଆଲ ଏଡିଟର ଭାବରେ କାର୍ଯ୍ୟ କରୁଥିଲେ । ଅବେଳାରେ ତାଙ୍କର ମୃତ୍ୟୁକୁ ନେଇ ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here