ପିଏମ୍ କିଷାନ ଯୋଜନାର ସୁଫଳ ପାଇବେ ଓଡିଶାର ସବୁ ଯୋଗ୍ୟ ଚାଷୀ । ପିଏମ କିଷାନ ୟୋଜନାର ଲାଭ କିପରି ଓଡିଶାର ଯୋଗ୍ୟ ଚାଷୀ ପାଇପାରିବେ, ସେଥିପାଇଁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । ରାଜ୍ୟ ସରକାରଙ୍କ ଅସହଯୋଗ ଯୋଗୁ ଓଡିଶାର ଚାଷୀମାନେ ପିଏମ କିଷାନ ଯୋଜନାର ଲାଭ ପାଇ ପାରୁ ନାହାଁନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଲ୍ଲେଖ କରିଥିଲେ । ତେବେ ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀ ପିଏମ କିଷାନ ଯୋଜନାର ଲାଭ ପାଇପାରିବେ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଟ୍ବିଟ୍ କରି ଜଣାଇଛନ୍ତି । ଏହାଦ୍ବାରା ପିଏମ କିଷାନ ଯୋଜନାରେ ପଂଜିକୃତ କରିଥିବା ସମସ୍ତ ଚାଷୀଙ୍କ କିସ୍ତି ଟଙ୍କାକୁ ତୁରନ୍ତ ବ୍ୟାଙ୍କ ଖାତାକୁ ପଠାଯାଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here