ବାଇକ ଓ ଟ୍ରକ ମୁହାଁମୁହିଁ ଧକ୍କା, ଚାଲିଗଲା ଜଣେ ବାଇକ ଆରୋହୀଙ୍କ ଜୀବନ | ୫୫ ନମ୍ବର ଜାତୀୟ ରାଜପଥ ଢେଙ୍କାନାଳର ସିନିନଈ ଛକରେ ଘଟିଛି ଏହି ମର୍ମ୍ମତୁଦ ସଡକ ଦୁର୍ଘଟଣା | ଗୁରୁବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଘଟିଥିଲା ଏହି ଦୁର୍ଘଟଣା | ମୃତକ ଢେଙ୍କାନାଳ ରାସୋଳ ଥାନା ବେଡା ପଡା ଗାଁର ନିହାର ମିଶ୍ର | ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇବା ସହ, କ୍ଷତି ପୂରଣ ଦାବି ନେଇ ରାସ୍ତା ରୋକ କରିଥିଲେ | ଫଳରେ ଯାତାୟାତ ଠପ ହୋଇଯାଇଥିଲା | ଏନେଇ ଖବର ପାଇବା ପରେ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାଇବା ସହ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି | ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି |

LEAVE A REPLY

Please enter your comment!
Please enter your name here