ଝାରସୁଗୁଡ଼ାରେ ଏନକାଉଣ୍ଟର | ବ୍ରଜରାଜନଗର ଥାନା ଅଞ୍ଚଳରେ ଏନକାଉଣ୍ଟର କରିଛି ପୋଲିସ | ପୋଲିସ ଗୁଳିରେ ବିନୋଦ ପ୍ରସାଦ ଆହତ ହୋଇଛି | ବିନୋଦଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି | ଝାରସୁଗୁଡ଼ା ଏସ ପି ଅଶ୍ବିନୀ କୁମାର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏହି ଏନକାଉଣ୍ଟର କରାଯାଇଥିବା ଜଣାଯାଇଛି | ଗତକାଲି ରାତିରେ ବିନୋଦ ପ୍ରସାଦ ବ୍ରଜରାଜନଗର ଥାନାର ଛୁଆଲିବେରନା ଅଞ୍ଚଳରେ ଥିବାର ଖବର ପାଇ ତାକୁ ଧରିବା ଲାଗି ଏକ ସ୍ପେସାଲ ସ୍କ୍ବାଡ୍ ଟିମ୍ ରାତି ଦୁଇଟା ବେଳେ ସେଠାରେ ପହଞ୍ଚିଥିଲା | ପୁଲିସକୁ ଦେଖି ପ୍ରଥମେ ବିନୋଦ ପ୍ରସାଦ ଗୁଳି ଚାଳନା କରିଥିବା ବେଳେ ପୁଲିସ୍ ପାଲଟା ଜବାବ ଦେଇଥିଲା | ଯାହାଫଳରେ ପୋଲିସ ଗୁଳିରେ ବିନୋଦ ଆହତ ହୋଇଥିଲା | ପୋଲିସ ବିନୋଦକୁ ଚିକିତ୍ସାଲାଗି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି | ବିନୋଦ ନାଁରେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ଥିବା ଜଣାଯାଇଛି । କୋଇଲା ମାଫିଆ ସୋନୁ ଘୋଷର ସହଯୋଗୀ ବିନୋଦ ପ୍ରସାଦ |

LEAVE A REPLY

Please enter your comment!
Please enter your name here