ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ବଡ ତଣ୍ଡ ଗଣିଲେ ଜଣେ ଟ୍ରକ୍ ମାଲିକ | ଯାହା ସମଗ୍ର ଦେଶରେ ହୋଇଥିବା ଜୋରିମାନାଠୁ ଢେର ଅଧିକ | ୬ ଲକ୍ଷ ୫୩ ହଜାର ୧୦୦ ଟଙ୍କା ଜୋରିମାନା ଦେଇଛନ୍ତି ଟ୍ରକ ମାଲିକ | ପୁରୁଣା ମୋଟର ଭେଇକିଲ୍ ଆଇନ ଅନୁସାରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ସେ ଏହି ତଣ୍ଡ ଗଣିଛନ୍ତି | ୨୦୧୪ରୁ ରୋଡ୍ ଟ୍ୟାକ୍ସ ଫାଙ୍କିଥିବାରୁ ତାଙ୍କ ଉପରେ ଏତେ ବଡ଼ର ଜୋରିମାନା ଲାଗିଛି | ଏହାସହ ମାଲବାହୀ ଟ୍ରକରେ ଯାତ୍ରୀ ଉଠାଇବା ଅଭିଯୋଗରେ ୫ ହଜାର ଟଙ୍କା, ପରମିଟ୍ ନଥିବାରୁ ୫ ହଜାର ଟଙ୍କା, ପଲ୍ୟୁସନ୍ ସାର୍ଟିଫିକେଟ ଲାଗି ୧ ହଜାର ଟଙ୍କା ଏବଂ ଟ୍ରାଫିକ ଆଇନ୍ ଉଲ୍ଲଂଘନ ଅଭିଯୋଗରେ ୫ଶହ ଟଙ୍କା ଓ ଇନସ୍ୟୁରାନ୍ସ ନଥିବାରୁ ୧ ହଜାର ଫାଇନ୍ ଫାଇନ ହୋଇଛି । ଗତ ଅଗଷ୍ଟ ୧୦ ତାରିଖରେ ଏହି ଚାଲାଣ କଟାଯାଇଥିଲା | ଟ୍ରକ୍ଟି ନାଗାଲାଣ୍ଡର ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here