ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୱିଟ୍‌ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ | ପୁରୀରେ ଚାଲିଥିବା ଉଛେଦ ପକ୍ରିୟାକୁ ନେଇ ଟ୍ୱିଟ୍‌ କରିଛନ୍ତି କ୍ୟାପଟେନ ଅମରିନ୍ଦର ସିଂହ | ପୁରୀର ବହୁ ପୁରାତନ ମଙ୍ଗୁ ମଠ ଉଚ୍ଛେଦ ନ କରିବାକୁ ଅନୁରୋଧ କରିଛନ୍ତି | ଏହି ମଠ ଗୁରୁ ନାନକଙ୍କ ଐତିହ୍ୟ ସହିତ ଜଡ଼ିତ ରହିଛି | ଶିଖ୍ ଧର୍ମର ପ୍ରବର୍ତ୍ତକ ଗୁରୁ ନାନକଙ୍କ ପୁଅ ଶ୍ରୀ ଚାନ୍ଦ ୧୫୨୫ ମସିହାରେ ପୁରୀ ଆସି ଏହି ମଠ ପ୍ରତିଷ୍ଠା କରିଥିଲେ । ତେଣୁ ଏହି ସ୍ମାରକୀର ସୁରକ୍ଷା କରାଯାଉ | ଏନେଇ ରାଜ୍ୟସରକାରଙ୍କୁ ଅନୁରୋଧ କରିଛନ୍ତି |ସୂଚାନଯୋଗ୍ୟ, ଶ୍ରୀମନ୍ଦିର ଚତୁର୍ପାଶ୍ୱରୁ ୭୫ ମିଟର ଉଚ୍ଛେଦ ଚାଲିଥିବା ବେଳେ, ଏହି ୭୫ ମିଟର ଅବଧି ମଧ୍ୟରେ ମଙ୍ଗୁ ମଠ ମଧ୍ୟ ଆସୁଛି | ଯଥାଶୀଘ୍ର ଏହି ମଠ ମଧ୍ୟ ଭଙ୍ଗା ଯିବ |

LEAVE A REPLY

Please enter your comment!
Please enter your name here