ଅପସରାଙ୍କ ପରେ ବଲିଉଡରେ ଓଡିଆ ପୁଅ ରକ୍ ଙ୍କ ଏଣ୍ଟ୍ରି । ଚମକ ଦେଖାଇବେ ଓଡିଆ ପୁଅ ୱାଜିଦ୍ ଓରଫ ରକ୍ । ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମାଙ୍କ ଅପକମିଂ ମୁଭି ଥ୍ରିଲରରେ ସ୍ଥାନ ପାଇଛନ୍ତି ନବରଙ୍ଗପୁର ଜିଲ୍ଲାର ପୁଅ ରକ୍ । ରାମ ଗୋପାଲ ବର୍ମା ନିଜେ ଏହି ସମ୍ପର୍କରେ ଟୁଇଟ କରି ସୂଚନା ଦେଇଛନ୍ତି । ନବରଙ୍ଗପୁର ଜିଲ୍ଲାର ରକ୍ ଏବେ ମହାରାଷ୍ଟ୍ରର କୋହ୍ଲାପୁରରେ ରହୁଛନ୍ତି । ତେବେ ଆଗାମୀ ବଲିଉଡ ଫିଲ୍ମ ଥ୍ରିଲରରେ ଏହି ଓଡିଆ ପୁଅ ପାଇଛନ୍ତି ଅଭିନୟର ସୁଯୋଗ । ରକ୍ ଅପସରା ରାଣୀ ଓରଫ ଅଙ୍କିତା ମହାରଣାଙ୍କ ସହ ଅନ ସ୍କ୍ରିନ୍ ରୋମାନ୍ସ କରିବେ । ରାଉରକେଲାର ଅପ୍ସରା ରାଣୀଙ୍କ ବିପକ୍ଷରେ ନାୟକ ହେବେ ରକ୍ ଉଭୟଙ୍କ କିଛି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଯେଉଁଥିରେ ଓଡିଆ ନୂଆ ଯୋଡି ବୋଲ୍ଡ ଅନ୍ଦାଜରେ ନଜର ଆସୁଛନ୍ତି । ବଲିଉଡରେ ଚମକ ଦେଖାଇବେ ଏହି ଦୁଇ ଓଡିଆ, ଦେଖିବା ଆଗକୁ ଏହି ଓଡ଼ିଆ ନାୟକ ଏବଂ ନାୟିକା ଦର୍ଶକଙ୍କୁ କେତେ ମନୋରଞ୍ଜନ କରିପାରୁଛନ୍ତି

LEAVE A REPLY

Please enter your comment!
Please enter your name here