ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଭୟ ଭାରତର ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ବହୁତ ଜଲ୍ଦି ଭେଟ କରିବାକୁ ଯାଉଛନ୍ତି | ଏ ସମ୍ପର୍କରେ ହ୍ୱାଇଟ୍‌ ହାଉସ ପକ୍ଷରୁ କୁହାଯାଇଛି । ପୂର୍ବରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ତିକ୍ତତାକୁ ନେଇ ମଧ୍ୟସ୍ଥତା କରିବାକୁ ବ୍ୟାକୁଳ ଥିବା ଟ୍ରମ୍ପ ପୁଣି ଥରେ ଏହି ଘଟଣାକୁ ନେଇ ନିଜ ବୟାନ ରଖିଛନ୍ତି | ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ତିକ୍ତତା ଧୀରେ ଧୀରେ ଥମିବାକୁ ଲାଗୁଥିବା କହିଛନ୍ତି ଟ୍ରମ୍ପ | ଆସନ୍ତା ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯାଇ ହୋଷ୍ଟନ ଠାରେ ଆୟୋଜିତ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ଥିବା ବେଳେ, ଏହି ସମୟରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ କରିବେ | ସେହିପରି ୨୪ ତାରିଖରୁ ଜାତିସଂଘ ସାଧାରଣ ପରିଷଦ ବୈଠକ ଆରମ୍ଭ ହେବ | ଏଥିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଯୋଗଦେବେ । ତେବେ ଇମ୍ରାନଙ୍କ ସହ ଟ୍ରମ୍ପ କେତେବେଳେ ଓ କେଉଁଠି ଭେଟ କରିବେ ସେନେଇ କିଛି କହିନାହାନ୍ତି | ଟ୍ରମ୍ପ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି କହିଛନ୍ତି | ଜମ୍ମୁ-କଶ୍ମୀରରୁ ଅଗଷ୍ଟ ୫ତାରିଖରେ ଧାରା ୩୭୦ ଉଛେଦ ହେବ ପର ଠାରୁ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢି ଯାଇଥିଲା | ପାକିସ୍ତାନ ଜାମ୍ମୁ କାଶ୍ମୀର ପ୍ରସଙ୍ଗକୁ ନେଇ ଜାତିସଂଘରେ ଉଠାଇଥିବା ବେଳେ, କିନ୍ତୁ ଭାରତ ଏହା ଅଭ୍ୟନ୍ତରଣୀୟ ପ୍ରସଙ୍ଗ କରି ଆଡେଇବାକୁ ପ୍ରାୟଶଃ ଜାରି ରଖିଛି | କଶ୍ମୀର ପ୍ରସଙ୍ଗରେ ମତଦେଇ ଟ୍ରମ୍ପ କହିଛନ୍ତି, “ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗିଥିଲା। ତେବେ ଏବେ ଅନେକ ଭଲ ଘଟଣା ଘଟିଛି । ଉଭୟ ଦେଶ ଧୀରେଧୀରେ ସ୍ୱାଭାବିକ ସ୍ଥିତିକୁ ଫେରୁଛନ୍ତି । ତିକ୍ତତା ଥମିବା ଆରମ୍ଭ ହୋଇଛି।”

LEAVE A REPLY

Please enter your comment!
Please enter your name here