ଅସ୍ତ୍ରପୋଚାର ପରେ ମହିଳାଙ୍କ ପେଟରୁ ବାହାରିଲା 35 କେ.ଜି ଓଜନର ଦୁଇଟି ଟ୍ୟୁମର. ନିଜ ଚାକିରୀ କାଳ ମଧ୍ୟରେ ଏହା ବିରଳ ବୋଲି ସଫଳ ଅସ୍ତ୍ରପୋଚାର ପରେ କହିଛନ୍ତି ଡାକ୍ତର.

ଏଭଳି ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାରେ ଥିବା କଲ୍ୟାଣ ମେଡ଼ିକାଲ କଲେଜରେ. ଆରତୀ ଅଧିକାରୀ ନାମକ ଜଣେ ମହିଳା  ପେଟରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ. ଯନ୍ତ୍ରଣାର କାରଣ ଖୋଜିବାକୁ ଯାଇ ମହିଳାଙ୍କର ଅଲଟ୍ରାସାଉଣ୍ଡ କରାଯିବାରୁ ଜଣାପଡିଲା ଯେ ତାଙ୍କ ଗର୍ଭାଶୟରେ ଦୁଇଟି ଟ୍ୟୁମର ରହିଛି. ଅଭିଜ୍ଞ ଡାକ୍ତରୀ ଦଳ ଅସ୍ତ୍ରପୋଚାର କରି 35 କେ.ଜି ର ଦୁଇଟି ଟ୍ୟୁମର ବାହାର କଲେ.

ବର୍ତ୍ତମାନ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି. ସଂପୂର୍ଣ୍ଣ କାର୍ଯ୍ୟକାଳ ମଧ୍ୟରେ ଏଭଳି ଘଟଣା ବିରଳ ବୋଲି କହିଥିଲେ ଡାକ୍ତର.

 

 

LEAVE A REPLY

Please enter your comment!
Please enter your name here