ଆର୍ଶୀବାଦ ହେଲେ ଗିରଫ । ଅର୍ଥତତ୍ତ୍ୱ ବା ଏଟି ଚିଟଫଣ୍ଡ ମାମଲାରେ ସିବିଆଇର ତତ୍ପରତା । ଓଡିଶା କିକ୍ରେଟ ଆସୋସିଏସନ ଓସିଏର ପୂର୍ବତନ ସମ୍ପାଦକ ଆର୍ଶୀବାଦଙ୍କୁ ଗିରଫ କଲା ସିବିଆଇ । ଆଜି ସକାଳୁ ଆର୍ଶୀବାଦଙ୍କ ଘରେ ଚଢାଉ କରିଥିଲା ସିବିଆଇ । ଆଉ ତାଙ୍କୁ ଗିରଫ କରାଯାଇଛି । ଗତ ଅଗଷ୍ଟ ୨୯ ତାରିଖରେ ଆର୍ଶୀବାଦଙ୍କ ବିରୋଧରେ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରିଥିଲା ସିବିଆଇ । ଆର୍ଶୀବାଦ ସମେତ ଏଟି ଗ୍ରୁଫର ନିର୍ଦ୍ଦେଶକ ସମ୍ବିତ୍ ଖୁଣ୍ଟିଆ ଓ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା ସିବିଆଇ ।ଆର୍ଶୀବାଦଙ୍କ ସହ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ଗିରଫ କରିଛି ସିବିଆଇ । ଚିଟଫଣ୍ଡ କାରବାରରେ ସମ୍ପୃକ୍ତ ଏଟି ଗ୍ରୁଫକୁ ଆର୍ଶୀବାଦ ବେହେରା ଓ ଓସିଏ ପକ୍ଷରୁ ପ୍ରୋତ୍ସାହନ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ରଣଜି ଟ୍ରଫି ଓ ଓଡିଶା ପ୍ରିମିୟର ଲିକ୍ ମ୍ୟାଚରେ ପ୍ରାୟୋଜକ ଭାବେ ଏଟି ଗ୍ରୁଫକୁ ନିଆଯାଇଥିଲା । ଏହା ନିବେଶକାରୀଙ୍କ ମନରେ ଏଟି ଗ୍ରୁଫ ପତି ସକରାତ୍ମକ ମନୋଭାବ ସୃଷ୍ଟି କରିଥିବା ସିବିଆଇ ଦର୍ଶାଇଛି । ଏହି ଡିଲ ବାବଦକୁ ଆର୍ଶିବାଦ ବେହେରା ଏଟି ଗ୍ରୁଫ ଠାରୁ ପ୍ରାୟ ୧ କୋଟି ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ଆର୍ଶୀବାଦ ଗିରଫ ହୋଇଥିବା କଥାକୁ ସ୍ୱିକାର କରିଛନ୍ତି ପୁଅ ସଞ୍ଜୟ ବେହେରା । ତେବେ ସେ ଅଭିଯୋଗ ଆଣିଛନ୍ତି ତାଙ୍କ ବାପାଙ୍କ ବିରୋଧରେ ଏହା ଏକ ଚକ୍ରାନ୍ତ । ଓସିଏ ନିର୍ବାଚନରେ କିଛି ବି ପ୍ରଭାବ ପଡିବନି ।

LEAVE A REPLY

Please enter your comment!
Please enter your name here