ବିଜେଡି ଦୁଇଦଳ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ଅବଲମ୍ବନ କରିଆସୁଛି ଏବଂ ଦଳର ସୁପ୍ରିମୋ ଏକଥା ବାରମ୍ବାର କହିସାରିଛନ୍ତି. ତେଣୁ କଂଗ୍ରେସରୁ ବହିଷ୍କୃତ ନେତା ଶ୍ରୀକାନ୍ତ ଜେନାଙ୍କ ଅଭିଯ଼ୋଗର କୌଣସି ଆଧାର ନାହିଁ ବୋଲି ବିଜେଡି ସାଂସଦ ତଥା ମୁଖପାତ୍ର ପ୍ରତାପ ଦେବ କହିଛନ୍ତି. କେତେବେଳେ ବିଜେପି ନେତାମାନେ କହୁଛନ୍ତି ବିଜେଡି, କଂଗ୍ରେସ ସହ ରହିଛି ଏବଂ କଂଗ୍ରେସ ନେତାମାନେ ବିଜେପି କଥା କହୁଛନ୍ତି, ଏବେ ଶ୍ରୀକାନ୍ତ ଜେନା କହୁଛନ୍ତି କଂଗ୍ରେସ ବିଜେଡି ସହ ରହିଛି. ଏ ଦୁଇ ଦଳ ଏକାଠି ବସି ସ୍ଥିର କରନ୍ତୁ କିଏ କାହା ସାଙ୍ଗରେ ରହିଛି. ଦୁଇ ଦଳ ଏହାକୁ ନେଇ ପ୍ରତିଯୋଗିତା କରୁଛନ୍ତି. ଶ୍ରୀକାନ୍ତ ବାବୁ ପ୍ରଥମେ ବିଜେପି ପ୍ରତି ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିବା ଦରକାର ବୋଲି ସେ କହିଛନ୍ତି. ଆଜି ଶ୍ରୀକାନ୍ତ ବାବୁ ଯେଉଁ ଅଭିଯୋଗ କରୁଛନ୍ତି, ଚାରିବର୍ଷ ହେଲାଣି କୁଆଡେ ଯାଇଥିଲେ ବୋଲି ପ୍ରତାପ ଦେବ ପ୍ରଶ୍ନ କରିଛନ୍ତି.

LEAVE A REPLY

Please enter your comment!
Please enter your name here