ଖୁବ ଶୀଘ୍ର ରାସ୍ତାରୁ ହଟିବ ୧୫ ବର୍ଷର ପୁରୁଣା ଗାଡି | କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏକ ସ୍କ୍ରାପିଙ୍ଗ ନୀତି ଆପଣାଇବା ନେଇ ପ୍ରସ୍ତୁତ ପ୍ରସ୍ତାବକୁ ମଂଜୁର ଦେଇଥିବା ଜଣାପଡିଛି | ଏହି ଚିଠା ପ୍ରସ୍ତାବକୁ ଏହି ନୀତି ସହ ଜଡିତ ଅନ୍ୟାନ ମନ୍ତ୍ରାଳୟ ନିକଟକୁ ପଠାଯିବ | ଏହି ପ୍ରସ୍ତାବ ଉପରେ କ୍ୟାବିନେଟ ଖୁବ ଶୀଘ୍ର ନିଷ୍ପତି ନେବ ବୋଲି ମନ୍ତ୍ରୀ ଗଡ଼କରୀ ମୁମ୍ବାଇ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମ ଅବସରରେ ସୂଚନା ଦେଇଛନ୍ତି | ଏହି ପ୍ରସ୍ତାବକୁ ମଂଜୁର ମିଳିଗଲେ, ଉଭୟ ଦୁଇ ଚକିଆ ଓ ଚାରି ଚକିଆ ଠାରୁ ଆରମ୍ଭ କରି ସମସ୍ତ ଯାନ ଉପରେ ଏହି ନିୟମ ଲାଗୁ ହେବ | ତେବେ ଏହି ନିୟମ ଲାଗୁ ହେଲେ ନୂଆ ଗାଡିର ଦାମ ୨୦ ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇବ | ଦେଶରେ ଅଟୋ ମୋବାଇଲ ସେକ୍ଟରରେ ଦେଖା ଯାଉଥିବା ମାନ୍ଦାବସ୍ଥା ଦୂର ହେବ | ୧୫ ବର୍ଷରୁ ପୁରୁଣା ଗାଡି ଗୁଡିକର ଫିଟନେସ ନବୀକରଣ ବର୍ଷ କୁ ଥରେ କରାଯାଉଥିବା ବେଳେ ୬ ମାସକୁ ଥରେ କରାଯିବା ନେଇ ଯୋଜନା ପ୍ରସ୍ତୁତ କରାଯିବ |

LEAVE A REPLY

Please enter your comment!
Please enter your name here