ଜନତାଙ୍କ ବିଶ୍ୱାସ ଜିତିବା ପାଇଁ ଗୋଟେ ପରେ ଗୋଟେ ଯୋଜନା କରିଚାଲିଛନ୍ତି ସରକାର . ମାତ୍ର ଗୋଟିଏ ଘଟଣା ଫେଲ କରିଦେଉଛି ସରକାରଙ୍କ ଟ୍ରାକ ରେକର୍ଡ.

ଏଥର ନୀତିଶ କୁମାରଙ୍କ ପାଳି. ନୀତିଶଙ୍କ ରାଜ୍ୟରେ ଦେଖିବାକୁ ମିଳିଛି ଏମିତି କିଛି ଘଟଣା. ପ୍ରବଳ ବର୍ଷା ଯୋଗୁ ବିହାରର ପାଟନା ସ୍ଥିତ ନାଳନ୍ଦା ମେଡ଼ିକାଲ କଲେଜ ଆଇସିୟୁ ଭିତରେ ବାହାରର ଡ୍ରେନ ପାଣି ପଶିବାର ଦୃଶ୍ୟ ଦେଖିବାକୁ ମିଳିଛି. ସରକାରୀ ଡାକ୍ତରଖାନା ଭିତରେ ପାଣି ପଶି ଆଇସିୟୁରେ ମାଛ ଖେଳୁଥିବା ଦେଖିବାକୁ ମିଳିଥିଲା. ପାଣି ଭିତରେ ଚାଲିଛି ରୋଗୀ ସେବା. ବିହାରର ରାଜଧାନୀର ଯଦି ଏଭଳି ଅବସ୍ଥା ତେବେ ଅନ୍ୟ ସ୍ଥାନର ସ୍ଥିତି ଚିନ୍ତା ନକରିବା ଭଲ.

ଡାକ୍ତରଖାନା ଭିତରେ ପାଣି. ଆଉ ପାଣିରେ ଖେଳୁଛନ୍ତି ମାଛ. ବେଡ୍ ଉପରେ ରୋଗୀ ଆଉ ଡ୍ରେନ ପାଣିରେ ଭାସୁଛି ଚିକିତ୍ସା ଉପକରଣ. ପାଖାପାଖି ସବୁ ବିଭାଗରେ ପଶିଛି ପାଣି. ଏଭଳି ସ୍ଥିତିରେ ସଂକ୍ରମଣର ଭୟର ଭୟ ମଧ୍ୟ ରହିଛି.  ଆଉ ଏହି ଅବସ୍ଥାରେ ରୋଗୀ ସେବା କିଭଳି ହେଉଥିବ ତାହା ଭଗବାନଙ୍କୁ ଜଣା.

ନାଳନ୍ଦା ମେଡ଼ିକାଲ ହେଉଛି ବିହାରର ତୃତୀୟ ବୃହତ୍ତମ ଡାକ୍ତରଖାନା. ଏଣୁ ଏଠାରେ ରୋଗୀଙ୍କ ଭିଡ଼ ହେବା ସ୍ୱାଭାବିକ. ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି. କେତେକ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି. ଡାକ୍ତରଖାନା କର୍ତ୍ତୃପକ୍ଷ ଏବେ ଜଳ ନିଷ୍କାସନରେ ଲାଗିପଡ଼ିଛନ୍ତି.

ଏଭଳି ଘଟଣା ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି.

LEAVE A REPLY

Please enter your comment!
Please enter your name here