ସୁପ୍ରିମକୋର୍ଟରେ ପ୍ରତିଷ୍ଠା ହେବ ସ୍ଥାୟୀ ସାମ୍ବିଧାନିକ ଖଣ୍ଡପୀଠ । ପ୍ରଥମଥର ପାଇଁ ବଦଳିବାକୁ ଯାଉଛି ୭୦ ବର୍ଷର ଇତିହାସ | ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଏହି ସାମ୍ବିଧାନିକ ଖଣ୍ଡପୀଠ ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ଏବେ ବର୍ଷତମାମ ଏକ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ସ୍ଥାପନ ହେବ | ଫଳରେ ଗୁରୁତ୍ୱପୂର୍ଣ୍ଣ ମାମଲା ଗୁଡିକର ବିଚାର ପାଇଁ ଏହି ଖଣ୍ଡପୀଠକୁ ହସ୍ତାନ୍ତର କରିପାରିବେ ପ୍ରଧାନ ବିଚାରପତି । ପୂର୍ବରୁ ୨ କିମ୍ବା ୩ ଓ ଆବଶ୍ୟକ ସ୍ଥଳେ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଦ୍ୱାରା ଜଟିଳ ମାମାଲାର ବିଚାର କରାଯାଉଥିଲା |
୧୯୫୦ରେ ସୁପ୍ରିମକୋର୍ଟ ପ୍ରତିଷ୍ଠା ହେବା ଦିନରୁ ୮ଜଣ ବିଚାରପତିଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଏବେ ଏହି ସଂଖ୍ୟା ୩୪ରେ ପହଂଚିଛି । ହେଲେ ଅନେକ ମାମଲା ଦୀର୍ଘଦିନ ଧରି ବାଚିର ପାଇଁ ପଡି ରହୁଥିବାରୁ ନିକଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ । ସେହି କ୍ରମରେ ସଂସଦରେ ଆଇନ ଆଣି ଏକ ସ୍ଥାୟୀ ସାମ୍ବିଧାନିକ ବେଂଚ ପ୍ରତିଷ୍ଠା କରିବାକୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ କ୍ଷମତା ଦିଆଯାଇଥିଲା |

LEAVE A REPLY

Please enter your comment!
Please enter your name here