ନର୍ସ ନିହାରୀକା ପାତ୍ର ହତ୍ୟାକାଣ୍ଡ ଘଟଣାକୁ ନେଇ ପୋଲିସ ଡିଜି କଲେ ବଡ ଖୁଲାସ | ଦୋଷୀଙ୍କ ବିରୋଧରେ ପୋଲିସ ହାତରେ ଲାଗିଲା ବଡ ତଥ୍ୟ | କଟକରେ ନର୍ସ ନିହାରୀକାଙ୍କୁ ଯୋଜନାମୂଳକ ଭାବେ କରାଯାଇଥିଲା ହତ୍ୟା | ମୃତ ଦେହ ସ୍ଥାନାନ୍ତର ବେଳର ଫୁଟେଜ ପୋଲିସ ହାତରେ ଲାଗିଛି | ଅଖାରେ ମୃତଦେହ ଭର୍ତ୍ତି କରି ନେବାର ଦୃଶ୍ୟ କଏଦ ଅଛି ।
ସୂଚନାଯୋଗ୍ୟ, ଗତ ୮ ତାରିଖରୁ ନର୍ସ ନିହାରୀକା ପାତ୍ର ନିଖୋଜ ଥିଲେ | ଏନେଇ ପରିବାର ଲୋକ କଟକ ମଧୁପାଟଣା ଥାନାରେ ଅଭିଯୋଗ କରିଥିଲେ | ପୋଲିସ ଅଭିଯୋଗକୁ ଭିର୍ତ୍ତି କରି ତଦନ୍ତ ଆରଂଭ କରିଥିବା ବେଳେ ଗତ ୧୭ ତାରିଖରେ ଜଗତସିଂହପୁର ବିଲୁଆଖାଇ ନଦୀ ପଠାରୁ ନିହାରୀକାଙ୍କ ମୃତଦେହ ଏକ ମଧ୍ୟରେ ବନ୍ଧା ହେବା ଅବସ୍ଥାରେ ମିଳିଥିଲା । ପୁଲିସ ହତ୍ୟାକାଣ୍ଡ ନେଇ ଛାନଭିନ କରିଦେଇଥିଲା | ଏହି ହତ୍ୟାକାଣ୍ଡ ଘଟଣାରେ ନିହାରିକାଙ୍କ ପୁରୁଷ ବନ୍ଧୁ ରାଜାର ହାତ ଥିବା ସନ୍ଦେହ କରି ଖୋଳତାଡ କରିଥିଲେ । ରାଜା ଫେରାର ଥିବା ବେଳେ ତାଙ୍କ ବାପା, ଭାଇ ଓ ୪ ଜଣଙ୍କୁ ଅଟକ ରଖିଥିଲା ପୁଲିସ । ଏହା ପରେ ଗତକାଲି ବିରିଡି ଥାନାରେ ପହଚିଂଥିଲା ରାଜା । ତେବେ ସିସିଟିଭିରେ ଯେଉଁ ବ୍ୟକ୍ତି ଜଣକ କ୍ୟାମେରାରେ କଏଦ ହୋଇଥିଲେ ସେ ରାଜା ନା ଆଉ କିଏ ତାକୁ ନେଇ ବର୍ତ୍ତମାନ ସସପେନ୍ସ ଜାରି ରହିଛି । ନିହାରିକାଙ୍କ ପରିବାର ଲୋକେ ରାଜା ହତ୍ୟାକାଣ୍ଡ ଘଟାଇଥିବା ଅଭିଯୋଗ କରୁଥିବା ବେଳେ, ରାଜାଙ୍କ ପରିବାର ଲୋକେ ନିଜ ପୁଅକୁ ଫାସେଇଦେଇଥିବା କହିଛନ୍ତି | ତେବେ ପୋଲିସ ଉଭୟ ପକ୍ଷରୁ ଅଭିଯୋଗକୁ ଭିର୍ତ୍ତି କରି ଜୋର ସୋରରେ ତଦନ୍ତ ଆରଂଭ କରିଦେଇଛନ୍ତି | ନର୍ସ ନିହାରୀକା ହତ୍ୟାକାଣ୍ଡ ଘଟଣାକୁ ନେଇ ସାରାରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ, ଅପରାହ୍ନରେ ଜଗତସିଂହପୁର ଏସପି ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇପାରନ୍ତି ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here