‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଝଲସିଛନ୍ତି ପ୍ରଧାନମନ୍ତ୍ରୀ ମୋଦି | ହଷ୍ଟନରେ ଖେଳିଯାଇଥିଲା ପ୍ରଧାନମନ୍ତ୍ରୀଙ୍କ ଭାଷଣର ଯାଦୁ | ଏନ୍‌ଆର୍‌ଜି ଷ୍ଟାଡିୟମରେ ୫୦ ହଜାରରୁ ଅଧିକ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେଇଥିଲେ । ଏହି ଅବସରରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଏବଂ ଅନେକ ସାଂସଦ ମଧ୍ୟ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ଭାରତୀୟଙ୍କୁ ଉଦ୍‌ବୋଧନ ଦେବା ସମୟରେ ‘ହାଓଡି ମୋଦି’ ଉତ୍ତରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଭାଷା ସମେତ ଓଡ଼ିଆରେ ମଧ୍ୟ ପଦେ କହିଥିଲେ । ମୋଦି ଓଡ଼ିଆରେ କହିଥିଲେ , ଭାରତରେ ‘ସବୁ ଭଲ ଅଛି’ । କେବଳ ଓଡ଼ିଆ ନୁହେଁ, ହିନ୍ଦୀ, ବଙ୍ଗାଳି, ଗୁଜରାଟୀ ସମେତ ବହୁ ଭାରତୀୟ ଭାଷାରେ ସମାନ କଥାକୁ ଦୋହରାଇଥିଲେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ସବୁଠାରୁ ବଡ଼ ଆକର୍ଷଣ ଥିଲା ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ନୃତ୍ୟ | ଏହି ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାରତନାଟ୍ୟମ୍ ଏବଂ ଅନ୍ୟ ଭାରତୀୟ ନୃତ୍ୟ ସହିତ ଓଡ଼ିଶୀ ନୃତ୍ୟ ମଧ୍ୟ ସ୍ଥାନ ପାଇଥିଲା । ଏଥିସହ ନୃତ୍ୟଶିଳ୍ପୀମାନଙ୍କ ପ୍ରଚ୍ଛଦରେ ଭାରତୀୟ ମନ୍ଦିର ଦୃଶ୍ୟମାନ ହେଉଥିଲା | ବିଦେଶର କୌଣସି ନିର୍ବାଚିତ ରାଜନେତାଙ୍କ ପକ୍ଷରୁ ଆମେରିକା ମାଟିରେ‌ ଏଭଳି ଶକ୍ତି ପ୍ରଦର୍ଶନ କେବେ ଦେଖିବାକୁ ମିଳିନଥିଲା । ଭାରତ ଏବେ ଦ୍ରୃତ ଗତିରେ ‘ନ୍ୟୁ ଇଣ୍ଡିଆ’ ସ୍ବପ୍ନକୁ ପୂରଣ କରିବାରେ ଲାଗିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ଧାରା ୩୭୦ ଉଛେଦ କୁ ନେଇ ପାକିସ୍ତାନର ନାମ ନନେଇ ମୋଦୀ କହିଥିଲେ ଯେଉଁମାନେ ନିଜ ଦେଶକୁ ନିୟନ୍ତ୍ରଣ କରିପାରୁ ନାହାନ୍ତି ସେମାନେ ଧାରା ୩୭୦ ହଟାଯିବାକୁ ନେଇ ଉଦ୍‌ବେଗ ଦେଖାଉଛନ୍ତି । ଆତଙ୍କବାଦକୁ ଭାରତ ବିରୋଧରେ ପ୍ରୋତ୍ସାହନ ଦେଉଛନ୍ତି । ଆତଙ୍କବାଦକୁ ପାଳନ ପୋଷଣ କରୁଥିବା ରାଷ୍ଟ୍ର ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ପାଇଁ ସମୟ ଆସିଯାଇଛି ବୋଲି କହିଛନ୍ତି ମୋଦୀ |

LEAVE A REPLY

Please enter your comment!
Please enter your name here