ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ମୋଦି ସରକାରଙ୍କର ବଡ ଯୋଜନା । ୟୁକ୍ରେନରେ ପଡୋଶୀ ରାଷ୍ଟ୍ରକୁ ଯିବେ ୪ କେନ୍ଦ୍ର ମନ୍ତ୍ରୀ । ହରଦିପ ସିଂ ପୁରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ,କିରଣ ରିଜିଜୁ , ଭି.କେ ସିଂହ । ଏହି ୪ କେନ୍ଦ୍ରମନ୍ତ୍ରୀଙ୍କୁ ୟୁକ୍ରେନର ପଡୋଶୀ ରାଷ୍ଟ୍ରକୁ ପଠାଯିବ । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ରୋମାନିଆ ଓ ମୋଲଡୋଭା ଦାୟିତ୍ବ ଦିଆଯାଇଥିବା ବେଳେ କିରଣ ରାଜୁ ସ୍ଲୋଭାକିଆ ଯିବେ । ସେହିପରି ହରଦୀପ ପୁରୀ ହଙ୍ଗେରୀ ଏବଂ ଭି.କେ. ସିଂ ପୋଲାଣ୍ଡ ଯିବେ । ଯୁକ୍ରେନରେ ଆହୁରି 16 ହଜାରରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ ଫସି ରହିଥିବା ଜଣାପଡିଛି ।
ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର କରିବା ପ୍ରକ୍ରୀୟା ଆହୁରୀ ତ୍ୱରାନ୍ୱିତ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏନେଇକି ଚତୁର୍ଥ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ବୈଠକରେ ରୁଷିଆ-ୟୁକ୍ରେନ ଯୁଦ୍ଧ ପରିସ୍ଥିତିକୁ ନେଇକି ଆଲୋଚନା ହୋଇଛି । ମିଶନ ଗଙ୍ଗା ଜରିଆରେ ଏବେ ଛାତ୍ରଛାତ୍ରୀଙ୍କୁ ସ୍ୱଦେଶ ଅଣାଯାଉଛି ।

LEAVE A REPLY

Please enter your comment!
Please enter your name here