ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀଙ୍କ ତୁମୁଳ କାଣ୍ଡ | ବଣ୍ଡା ଯୁବକଙ୍କୁ ଟେକି ନେଇ ନିସ୍ତୁକ ମାଡମାରିଲେ ମାଓବାଦୀ | ମାଲକାନଗିରି ଜିଲ୍ଲା ଖଇରପୁଟ ଥାନା ଫୁସୁଲଗୁଡ଼ାରେ ଘଟିଛି ଏହି ଘଟଣା | ସୂଚନା ଯୋଗ୍ୟ, ଗତ ଶୁକ୍ରବାର ଦିନ ମାଓବାଦୀମାନେ ଜଣେ ବଣ୍ଡା ଯୁବକଙ୍କୁ ଅପହରଣ କରି ନେଇ ମାଡ଼ ମାରିଥିଲେ | ଯୁବକ ଫୁସୁଲଗୁଡ଼ାର ଭାସ୍କର କିର୍ସାନ | ମାଓବାଦୀମାନେ ସଦଳବଳେ ଆସି ଗାଁ ପାଖରୁ ଭାସ୍କରଙ୍କୁ ଟେକି ନେଇଯାଇଥିଲେ | ତେବେ ସୋମବାର ଭାସ୍କର କୌଶଳ କ୍ରମେ ସେଠାରୁ ଖସି ଆସିଥିଲେ | ଜଙ୍ଗଲ ଭିତରେ ୧୫ କିଲୋ ମିଟର ଦୌଡ଼ି ଗୁରୁତର ଅବସ୍ଥାରେ ଗାଁରେ ପହଞ୍ଚିଥିଲେ ଭାସ୍କର | ପରେ ତାଙ୍କୁ ଗ୍ରାମବାସୀ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ | ତେବେ ଘଟଣା ସମ୍ପର୍କରେ ଭାସ୍କର କିମ୍ବା ତାଙ୍କ ପରିବାର ଲୋକେ ଡରରେ ମୁହଁ ଖୋଲୁନଥିବା ବେଳେ ଏସବୁ ନେଇ ସେମାନେ କିଛି ଜାଣିନଥିବା ମତ ରଖିଛନ୍ତି । ଭାସ୍କରଙ୍କ ପେଟ ଏବଂ ଅଣ୍ଟାରେ ଗଭୀର ଆଘାତ ଲାଗିଛି | ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ମାଲକାନଗିରି ଏଡିଏମୋ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here