ଉଚ୍ଚଶିକ୍ଷା ବିଭାଗ କର୍ମଚାରୀ ସାବଧାନ | ଏଣିକି ଜଗିବ ବାୟୋମେଟ୍ରିକ ମେସିନ | ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଆଗଲା ବଡ ନିଷ୍ପତି | କାର୍ଯ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କୁ ଧରିବା ପାଇଁ ଉଚ୍ଚଶିକ୍ଷା ବିଭାଗର ଉଦ୍ୟମ | ଶତପ୍ରତିଶତ ଉପସ୍ଥାନ ପାଇଁ ଏଭଳି ନିୟମ ଆପଣେଇବାକୁ ଯାଉଛି ଉଚ୍ଚଶିକ୍ଷା ବିଭାଗ | ଏଣିକି କର୍ମଚାରୀ ବାୟୋମେଟ୍ରିକ୍ ମେସିନରେ ଆଙ୍ଗୁଠି ଛାପ ଦେଇ ଇନ ଓ ଆଉଟ କରିବେ | ଯଦି କୌଣସି କର୍ମଚାରୀ ନିୟମ ଉଲଂଘନ କରେ ତେବେ ତାଙ୍କର ସେହି ଦିନକୁ ଅନୁପସ୍ଥିତ ଭାବେ ଗଣାଯିବ | କର୍ମଚାରୀମାନେ ସକାଳ ୧୦ଟାରେ କାର୍ଯ୍ୟାଳୟରେ ପହଁଚିବେ | ଅଧଘଣ୍ଟାଏ ଗ୍ରେସ୍ ପିରିୟଡ ରଖାଯାଇଛି | ସାଢେ ୭ ଘଣ୍ଟା ପୂରଣ ନକରିବା ପର୍ଯ୍ୟନ୍ତ କାର୍ଯ୍ୟାଳୟ ଛାଡି ପାରିବେ ନାହିଁ | ଏହା ବ୍ୟତୀତ କୌଣସି କର୍ମଚାରୀ ଗୋଟିଏ ମାସରେ ତିନି ଦିନ ବିଳମ୍ବରେ ପହଁଚନ୍ତି, ଏହାକୁ ଗୋଟିଏ ଦିନ ଛୁଟି ଭାବେ ବିବେଚନା କରାଯିବ ବୋଲି ନୋଟିସରେ ଦର୍ଶାଯାଇଛି | କାର୍ଯ୍ୟାଳୟରେ ଯଦି କର୍ମଚାରୀ ସାଢେ ସାତ ଘଣ୍ଟାରୁ କମ ରହିଲେ ତେବେ ତେବେ ସେହି ଦିନକୁ ଅଧା ଛୁଟି ଭାବେ ଗଣାଯିବ |